ଭୁବନେଶ୍ୱର: କିସମିସ ସ୍ୱାସ୍ଥ୍ୟପାଇଁ ବହୁ ଲାଭଦାୟକ ହୋଇଥାଏ । ବିଶେଷକରି ଥଣ୍ଡାଦିନେ ଏହା ଖାଇବା ଦ୍ୱାରା ବହୁ ରୋଗ ବେମାରୀରୁ ରକ୍ଷାମିଳିଥାଏ । କିସମିସରେ ଭରପୂର ମାତ୍ରାରେ ଆଇରନ, ପୋଟାସିୟମ, କ୍ୟାଲସିୟମ, ମାଗ୍ନେସିୟମ ଓ ଫାଇବର ରହିଛି ।
ବିଶେଷ କରି ଖିରି ଭଳି ମିଠା ଜିନିଷ ପ୍ରସ୍ତୁତିରେ ଆମେ କିସମିସ ଉପଯୋଗ କରିଥାଉ । କିନ୍ତୁ ଏହାକୁ ରାତିସାରା ପାଣିରେ ଭିଜାଇ ସକାଳେ ଖାଲିପେଟରେ ଖାଇବା ଦ୍ୱାରା ଆମକୁ ବହୁତ ସ୍ୱାସ୍ଥ୍ୟଗତ ଫାଇଦା ମିଳିଥାଏ ।
ତେବେ କିସମିସକୁ ପାଣିରେ ବୁଡାଇ ଖାଇଲେ ଏହା ଆପଣଙ୍କୁ କ’ଣ ଫାଇଦା ଯୋଗାଇବା ତାହା ସଂପର୍କରେ ଆସନ୍ତୁ ଜାଣିବା …
ରକ୍ତଚାପ ସ୍ୱାଭାବିକ କରିଥାଏ:
କିସମିସକୁ ପାଣିରେ ବୁଡାଇ ଖାଇବା ଦ୍ୱାରା ଏହା ରକ୍ତଚାପ ସ୍ୱଭାବିକ କରିଥାଏ । ଏଥିରେ ଥିବା ପୋଟାସିୟମ ଶରୀରରେ ଲୁଣର ମାତ୍ରକୁ ନିୟନ୍ତ୍ରଣ କରିବା ସହ ରକ୍ତ ଚାପକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରିଥାଏ ।
ହଜମ ପ୍ରକ୍ରିୟାକୁ ଠିକ କରିଥାଏ:
କିସମିସରେ ଭରପୁର ମାତ୍ରାରେ ଫାଇବର ରହିଛି । ହଜମ ପ୍ରକ୍ରିୟାକୁ ସ୍ୱାଭାବିକ କରିବା ପାଇଁ ୨ରୁ ୪ଟି କିସମିସ ରାତିସାରା ପାଣିରେ ଭିଜାଇ ସକାଳେ ଖାଲି ପେଟରେ ସେବନ କରନ୍ତୁ ଓ ସେହି ପାଣିକୁ ମଧ୍ୟ ପିଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଖୁବ କମ ସମୟ ମଧ୍ୟରେ ହଜମଜନିତ ସମସ୍ୟା ଦୂର ହୋଇଥାଏ ।
ରୋଗପ୍ରତିରୋଧକ ଶକ୍ତି ମଜବୁତ କରିଥାଏ:
କିସମିସରେ ବିଭିନ୍ନ ପ୍ରକାରର ପୁଷ୍ଟିକାରକ ତତ୍ତ୍ୱ ଭରି ରହିଛି, ଯାହା ଆମ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ କମ କରିଥାଏ । ଥଣ୍ଡାଦିନ ଦୈନିକ କିସମିସ ସେବନ କରିବା ଦ୍ୱାରା ଆମ ଶରୀରରେ ବିଭିନ୍ନ ବ୍ୟାକ୍ଟେରିଆ ଯୋଗୁଁ ହେଉଥିବା ସଂକ୍ରମଣରୁ ମଧ୍ୟ ରକ୍ଷା ମିଳିଥାଏ ।
ଓଜନ କମ କରନ୍ତୁ :
ଏଥିରେ ପ୍ରାକୃତିକ ସୁଗର ରହିଛି । ଏହା ଖାଇବା ଦ୍ୱାରା ମିଠା ଖାଇବାର ଇଚ୍ଛା ତ ପୂରଣ ହୋଇଥାଏ ଏହା ସହ କିସମିସ ଖାଇଲେ ଶରୀରରେ କ୍ୟାଲୋରୀ ମଧ୍ୟ ବୃଦ୍ଧି ପାଇ ନଥାଏ । ଏହା ଆମ ଶରୀରରେ ରକ୍ତ ଶର୍କରା ସ୍ତର ସ୍ୱଭାବିକ ରଖିବା ସହ ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ଅସ୍ଥି ମଜବୁତ କରିଥାଏ:
ବୋରୋନ ଯାହା ଆମ ଅସ୍ଥିକୁ ମଜବୁତ ରଖିବାରେ ସହାୟକ ହୋଇଥାଏ ତାହା କିସମିସରେ ଭରପୂର ମାତ୍ରାରେ ରହିଛି । ଏହା ସହିତ କିସମିସରେ କ୍ୟାଲସିୟମ ମଧ୍ୟ ରହିଛି ଯାହା ଆମ ଅସ୍ଥି ପାଇଁ ବହୁତ ଆବଶ୍ୟକ ରହିଥାଏ ।
ଦୃଷ୍ଟି ଶକ୍ତି ଠିକ ରଖେ:
ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ-ଏ ଓ ବିଟା କ୍ୟାରୋଟିନରେ ଭରପୁର କିସମିସରେ ଅନ୍ୟ ସମସ୍ତ ନ୍ୟୁଟ୍ରିଏଣ୍ଟଓ ମଧ୍ୟ ଭରି ରହିଥାଏ, ଯାହା ଆପଣଙ୍କ ଦୃଷ୍ଟିଶକ୍ତି ଠିକ କରିଥାଏ ।