ଗଞ୍ଜାମ: ଆଜି ଦିଗପହଣ୍ଡିରେ ହେବାକୁ ଯାଉଛି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ । ଆଜି ଦିନ ୧୦ଟାରୁ ୧୧ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବାକୁ ଥିବାବେଳେ ୧୧ଟାରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ । ଏବଂ ଦିନ ୧୨ଟାରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ସମୟ ନିର୍ଘଣ୍ଟ ହୋଇଛି । ଦିନ ସାଢ଼େ ୧୨ଟାରୁ ୨ଟା ଯାଏଁ ଭୋଟିଂ ରହିଛି । ଗତ ଅଗଷ୍ଟ ୩୧ ତାରିଖରେ ମତଦାନ ବେଳେ ପ୍ରବଳ ହିଂସାତ୍ମକ ପରିସ୍ଥିତି ଉପୁଜିଥିଲା । ଯାହାକୁ ନେଇ ନିର୍ବାଚନକୁ ବାତିଲ କରାଯାଇଥିଲା । ଆଜି ପୁଣି ଥରେ ଉପନିର୍ବାଚନ ହେବାକୁ ଯାଇଛି । ତେଣୁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ନିର୍ବାଚନ ବେଳେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେଥିଲାଗି ପ୍ରଶାସନ ଗୁରୁତ୍ବ ଦେଉଛି । ସୁରକ୍ଷା ଲାଗି ୫ ପ୍ଳାଟୁନ୍ ପୋଲିସ ଫୋର୍ସ ମୂତୟନ କରାଯାଇଛି । ସେପଟେ ଯଦି ଦେଖିବା ଗତ କିଛି ଦିନ ହେବ ଗଞ୍ଜାମରେ ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଏଠାରେ ଥିବା ନେତା ମାନଙ୍କୁ ଯେଉଁଭଳି ଭାବେ ହତ୍ୟା କରାଯାଉଛି । ଯାହାକୁ ନେଇ ଜନ ପ୍ରତିନିଧି ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ଭୟର ବାତାବରଣ ଭିତରେ ସମିତି ସଭ୍ୟଙ୍କୁ ଜନତା ପାଳି କରି ସୁରକ୍ଷା ଯୋଗାଇ ଦେଉଛନ୍ତି ।
Comments are closed.