Latest Odisha News

ଚର୍ଚ୍ଚାରେ ଦି’ମୁଣ୍ଡିଆ ସାପ : ପାଳିବ ୬ତମ ଜନ୍ମଦିନ

ଗଳ୍ପ ହେଉ ବା ପୁରାଣରେ ସପ୍ତଫେଣୀ ସାପ କଥା ପ୍ରାୟ ସମସ୍ତେ ଶୁଣିଥିବେ । ମାତ୍ର ବାସ୍ତବରେ ଏପରି ଏକାଧିକ ଫଣା ଥିବା ସାପ କ୍ୱଚିତ୍ ଦେଖିବାକୁ ମିଳିଥାଏ । ହେଲେ ଆମେରିକାର ମିସୌରି ପ୍ରଦେଶର ବନ୍ୟପ୍ରାଣୀ ସଂରକ୍ଷକ ବିଭାଗ ଦ୍ୱାରା ଉଦ୍ଧାର ହୋଇଥିବା ଏକ ଦୁଇମୁଣ୍ଡିଆ ସାପ ଖୁବ୍ ଚର୍ଚ୍ଚାରେ । କାରଣ ଏହି ସାପକୁ ଛଅ ବର୍ଷ ହେବାକୁ ଯାଉଛି । ଆସନ୍ତା ୭ ତାରିଖରେ ଏହି ବିରଳ ସରୀସୃପଟିର ଷଷ୍ଠ ଜନ୍ମଦିନକୁ ଧୁମ୍‌?ଧାମ୍‌?ରେ ପାଳିବା ଲାଗି ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଏଥିଲାଗି ପ୍ରସ୍ତୁତି ଚାଲିଛି ।

‘ଟାଇଗର-ଲିଲି’ ନାମକ ଏହି ୱେଷ୍ଟର୍ଣ୍ଣ ରାଟସ୍ନେକ୍ ପ୍ରଜାତିର ମାଈ ସାପଟିକୁ ୨୦୧୭ରେ ଷ୍ଟୋନ୍ କାଉଣ୍ଟିର ଜଣକ ଘରୁ ଉଦ୍ଧାର କରାଯାଇଥିଲା । ଏଭଳି ଦୁଇମୁଣ୍ଡିଆ ସାପର ଜନ୍ମ ସମ୍ଭାବନା ଲକ୍ଷେରେ ଥରେ ବୋଲି ପ୍ରାଣୀ ବିଶେଷଜ୍ଞଙ୍କ ମତ । ଏବେ ପାଞ୍ଚ ଫୁଟ ଲମ୍ବର ହୋଇଥିବା ଟାଇଗର-ଲିଲିର ଗୋଟିଏ ପାକସ୍ଥଳୀ ଥିବା ବେଳେ ଦୁଇଟି ମୁଣ୍ଡ ରହିଛି । ସେ ଉଭୟ ପାଟିରେ ଖାଇବାକୁ ଚେଷ୍ଟା କରିଥାଏ । ତେଣୁ କର୍ମଚାରୀମାନେ ତା’ର ଗୋଟିଏ ମୁଣ୍ଡ ଉପରେ ଛୋଟ କପ୍‌?ଟିଏ ରଖିଦେଉଛନ୍ତି, ଯଦ୍ଦ୍ୱାରା ସିଏ ଅନ୍ୟ ମୁଣ୍ଡ ସାହାଯ୍ୟରେ ଖାଉଛି । ପରେ ଉକ୍ତ କପ୍‌?କୁ ଅନ୍ୟ ମୁଣ୍ଡ ଉପରେ ରଖୁଛନ୍ତି, ଫଳରେ ସେ ଦ୍ୱିତୀୟ ମୁଣ୍ଡରେ ଖାଉଛି । ଅନ୍ୟଥା ସେ ଏକାବେଳକେ କୌଣସି ଖାଦ୍ୟକୁ ଉଭୟ ମୁଣ୍ଡ ଦ୍ୱାରା ଫିଙ୍ଗି ଦେଉଛି ବୋଲି କର୍ମଚାରୀମାନେ କହିଛନ୍ତି ।

Comments are closed.