ଆଫ୍ରିକା: ଆଫ୍ରିକାରେ ବଢିଲା ଇବୋଲା । ୱାର୍ଲଡ ହେଲଥ ଅର୍ଗାନାଇଜେସନ ଅନୁସାରେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କାଂଗୋରେ ଏହି ଭୂତାଣୁ ଦ୍ୱାରା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାଛଡା କେନିଆ ଓ ନାଇଜେରିଆରେ ମଧ୍ୟ ଏହି ସଂକ୍ରମଣ ଦେଖିବାକୁ ମିଳୁଛି । ଏହି ବୁଣ୍ଡିବୁଗ୍ୟୋ ଭାଇରସ ଇବୋଲାର ଏକ ପ୍ରଜାତି ।୨୦ ଅକ୍ଟୋବର ମଧ୍ୟରେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କାଂଗୋର ୮ଟି ଅଂଚଳରେ ୯ହଜାର ୭୦୪ଜଣ ସଂକ୍ରମିତ ହୋଇଥିବା ବେଳେ ସେଥିମଧ୍ୟରୁ ୪ହଜାର ୬୮୭ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହି ଭାଇରସ ଦ୍ୱାରା ୪୮.୩ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଡବ୍ଲୁଏଚଓ ଅନୁସାରେ ହସ୍ପିଟାଲ ପହଂଚିବା ପୂର୍ବରୁ ହିଁ ଅନେକ ରୋଗୀଙ୍କର ମୃତ୍ୟୁ ହୋଇଯାଉଛି ।
ଭାରତ ଉପରେ କ’ଣ ପ୍ରଭାବ ?
ଯଦି ଆମ ଦେଶ କଥା ଦେଖିବା ଏବେ ଯାଏ ଏହି ଭାଇରସ ଦ୍ୱାରା ସଂକ୍ରମଣ ରୋଗୀ ଚିହ୍ନଟ ହୋଇନାହାନ୍ତି । ଏମିତିକି ଇବୋଲା ଭାଇରସ ରୋଗୀ ଚିହ୍ନଟ ହୋଇନାହାନ୍ତି । ମେ ୨୦୨୬ରେ ବେଙ୍ଗାଳୁରୁରେ ଜଣେ ଇବୋଲା ସଂକ୍ରମଣ ଲକ୍ଷଣ ଥିବା ସନ୍ଦେହରୁ ଚିନ୍ତା ବଢିଥିଲା । ୟୁଗାଣ୍ଡା ରୁ ଭାରତ ଆସିଥିବା ୨୮ ବର୍ଷୀୟ ଜଣେ ମହିଳାଙ୍କ ଶରୀର ଯନ୍ତ୍ରଣା ହୋଇଥିଲା । ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଚିକିତ୍ସା ଏବଂ ଯାଂଚ୍ ପରେ ତାଙ୍କଠାରେ ଭାଇରସ ଚିହ୍ନଟ ହୋଇନଥିଲା । ତେଣୁ ଦେଶ ପାଇଁ ଏହି ରୋଗର କୌଣସି ଡର ନାହିଁ । ବୋଲି ସୂଚନା ମଳିଛି ।
ଏବେ ଏହି ରୋଗ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କାଂଗୋରେରେ ବହୁତ ରହିଛି । ଚଳିତ ବର୍ଷ ମେ ୫ରେ ଆଫ୍ରିକାର ଇଂଟୁରୀରେ ପ୍ରଥମ କେସ୍ ଚିହ୍ନଟ ହୋଇଥିଲା । ସେତେବେଳେ ଅନେକ ଲୋକ ହଠାତ୍ ମୃତ୍ୟୁବରଣ କରିବାରେ ଲାଗିଥିଲେ । ୧୫ ମେ’ରେ ରକ୍ତ ପରୀକ୍ଷା କରାଗଲା । ସେଥିମଧ୍ୟରୁ ୮ ଜଣଙ୍କ ମଧ୍ୟରେ ଏହି ବୁଣ୍ଡିବୁଗ୍ୟୋ ଭାଇହସ ଚିହ୍ନଟ ହୋଇଥିଲା । ସେହିଦିନ ୟୁଗାଣ୍ଡାର ରାଜଧାନୀ କମ୍ପାଲାରେ ଜଣେ ଚିହ୍ନଟ ହୋଇଥିଲେ । ଏହାପରେ କେନିଆ ନାଇଜେରିଆରେ ମଧ୍ୟ କେସ୍ ସାମ୍ନାକୁ ଆସିଥିଲା । ୨୦ ଅକ୍ଟୋବର ମଧ୍ୟରେ କେନିଆରେ ୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଭୂତାଣୁ ଗମ୍ଭୀର ରୋଗ ସୃଷ୍ଟିି କରିପାରେ । ଏହାଦ୍ୱାରା ମୃତ୍ୟୁ ହୋଇପାରେ । ପୂର୍ବରୁ ୧୦୦ ସଂକ୍ରମିତଙ୍କ ମଧ୍ୟରୁ ୫୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାର ଚିହ୍ନଟ ପ୍ରଥମେ ୨୦୦୭ରେ ୟୁଗାଣ୍ଡାରେ ହୋଇଥିଲା ।
ସଂକ୍ରମଣ ଓ ଲକ୍ଷଣ
ଏହି ଭୂତାଣୁ ବାୟୂ ଦ୍ୱାରା ପ୍ରବାହିତ ହୋଇଥାଏ । କୌଣସି ସଂକ୍ରମିତଙ୍କ ଦେହରୁ ବାହାରୁଥିବା ତରଳ ପଦାର୍ଥ କିମ୍ବା ମୃତ ବ୍ୟକ୍ତିଙ୍କ ଦେହରୁ ବାହାରୁଥିବା ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିଥାଏ । ପ୍ରଥମେ ଜ୍ୱର, ମୁଣ୍ଡବିନ୍ଧା ଓ ଶରୀରରେ ଯନ୍ତ୍ରଣା ଅନୁଭବ ହୁଏା ଏହା ଅନ୍ୟ କୌଣସି ସାଧାରଣ ଜର ଭଳି ଲାଗିପାରେ । ତେଣୁ ପ୍ରଥମେ ଏହାକୁ ଚିହ୍ନଟ କରିବା ସମ୍ଭବ ହୋଇନଥାଏ । ରୋଗ ବଢିଲେ ଝାଡା ବାନ୍ତି ହୁଏ । ବେଶି ହେଲେ ଦେହରୁ ରକ୍ତ ବାହାରିଥାଏ । ସେଥିପାଇଁ ଡବ୍ଲୁଏଚଓ ଏହି ରୋଗକୁ ଶୀଘ୍ର ଚିହ୍ନଟ କରି ଚିକିତ୍ସା ପାଇଁ ପରାମଶ ର୍ ଦେଉଛି ।
