ନୂଆଦିଲ୍ଲୀ: ଆମେରିକାରେ ଆଜି ଉଦ୍ଘାଟନ ହେବାକୁ ଯାଉଛି ସ୍ବାମୀନାରାୟଣ ଅକ୍ଷରଧାମ ମନ୍ଦିର। ଏହି ମନ୍ଦିର ଭାରତ ବାହାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର ଭାବେ ପରିଗଣିତ ହେବ। ଆମେରିକାର ନ୍ୟୁ ଜର୍ସିରେ ଆଜି ଅର୍ଥାତ୍ ଅକ୍ଚବୋର ୮ ରେ ଉଦ୍ଘାଟନ ହେବାକୁ ଯାଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର ଏବଂ ଏହାସହ ଆଜି ସାଧାରଣ ଲୋକଙ୍କ ପାଇଁ ଉକ୍ତ ମନ୍ଦିର ଖୋଲା ରହିବ ବୋଲି ସୂଚନା ରହିଛି।
୩୦ ସେପ୍ଟେମ୍ବରରୁ ପବିତ୍ର ମହନ୍ତ ସ୍ୱାମୀ ମହାରାଜଙ୍କ ଉପସ୍ଥିତିରେ ଅକ୍ଷରଧାମ ମନ୍ଦିରର ସମର୍ପଣ ସମାରୋହ ଚାଲିଛି। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଶ୍ୱର ସମସ୍ତ ପ୍ରମୁଖ ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ସ୍ୱାମୀନାରାୟଣ ଅକ୍ଷରଧାନ ମନ୍ଦିର ଆମେରିକାର ନ୍ୟୁ ଜର୍ସିରେ ୧୨ ହଜାର ୫୦୦ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହାର ନିର୍ମାଣ କାର୍ଯ୍ୟ ୨୦୧୧ ରୁ ଆରମ୍ଭ ହୋଇ ୨୦୨୩ ପର୍ଯ୍ୟନ୍ତ ଚାଲିଥିଲା।
ମନ୍ଦିର କାର୍ଯ୍ୟ ଶେଷ ପାଇଁ ୧୨ ବର୍ଷ ସମୟ ଲାଗିଥିବା ବେଳେ ଆଜି ଉଦ୍ଘାଟନୀର ସିଧାପ୍ରସାରଣ ହେବାକୁ ଯାଉଛି। ୨୦୦୫ ମସିହାରେ, ନୂଆଦିଲ୍ଲୀରେ ବିଶାଳ ଅକ୍ଷୟଧାମ ମନ୍ଦିର ନିର୍ମାଣ କରାଯାଇଥିଲା। ଯାହାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଦର୍ଶନ କରିବାକୁ ଆସନ୍ତି। ଚଳିତ ବର୍ଷ ଜି-୨୦ ଶିଖର ସମ୍ମିଳନୀରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସହ ଏଠାରେ ପହଞ୍ଚିଥିଲେ।
Comments are closed.