Latest Odisha News

ବିଶ୍ୱର ସବୁଠାରୁ ନିଷ୍ଠୁର ମହିଳା ହେଉଛନ୍ତି କିମ ଜୋଙ୍ଗଙ୍କ ଭଉଣୀ

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ନିଷ୍ଠୁର ମହିଳା କିଏ ଜାଣନ୍ତି ? ବିଶ୍ୱର ସବୁଠାରୁ ଖତରନାକ ମହିଳା ହେଉଛନ୍ତି ଉତ୍ତର କୋରିଆର ଶାସକ କିମ ଉନ ଜୋଙ୍ଗଙ୍କ ସାନ ଭଉଣୀ କିମ ୟୋ ଜୋଙ୍ଗ । ଏକଥା ଆମେ କହୁନୁ । ଏକଥା କହୁଛି ‘ଦ ସିଷ୍ଟର’ ପୁସ୍ତକ । ନିକଟରେ ଏହି ପୁସ୍ତକ ସାମ୍ନାକୁ ଆସିଛି ।ଏହି ପୁସ୍ତକରେ କିମ ଉନ ଜୋଙ୍ଗଙ୍କ ଭଉଣୀଙ୍କୁ ସବୁଠାରୁ ନିଷ୍ଠୁର ମହିଳା ବୋଲି କୁହାଯାଇଛି । ପୁସ୍ତରେ ଉଲ୍ଲେଖ ରହିଛି ଯେ, ସେ ଏତେ ନିଷ୍ଠୁର ଏବଂ ଧୂର୍ତ୍ତ ଯେ, ତାଙ୍କୁ ଇତିହାସର ସବୁଠାରୁ ଖତରନାକ ମହିଳା କୁହାଗଲେ ଭୁଲ ହେବନି ।

ଉତ୍ତର କୋରିଆର ତାନାଶାହ କିମ ଜୋଙ୍ଗଙ୍କ ଝିଅ ୯୦ ଦଶକ ପ୍ରାରମ୍ଭରେ ସାମ୍ନାକୁ ଆସିଲେ । ଏକ ଅନ୍ତର୍ମହାଦ୍ୱୀପ ବାଲାଷ୍ଟିକ ମିସାଇଲ ପ୍ରକ୍ଷେପଣ ସମୟରେ ସାନ ଝିଅ ସହ ଦେଖିବାକୁ ମିଳିଥିଲେ କିମ ଜୋଙ୍ଗ । ସେତେବେଳେ ସେ ୧୦ ବର୍ଷର ଥିବା ପରି ମନେ ହେଉଥିଲା । ଉତ୍ତର କୋରିଆରେ ରହୁଥିବା ଏବଂ ଏବେ ଆମେରିକାରେ ରହୁଥିବା ଲେଖକ ସୁଙ୍ଗ ୟୁଂ ଲି ତାଙ୍କର ଏହି ପୁସ୍ତକରେ ୧୦ ବର୍ଷର ଝିଅ କିପରି ଖତରନାମ ମହିଳା ପାଲଟିଗଲା ସେ ବିଷୟରେ ଲେଖିଛନ୍ତି ।

ପୁସ୍ତକର ନାମ ହେଉଛି ‘ଦ ସିଷ୍ଟର-ନର୍ଥ କୋରିଆଜ କିମ ୟୋ ଜୋଙ୍ଗ, ଦ ମୋଷ୍ଟ ଡେଞ୍ଜରିଅସ ଓମ୍ୟାନ) । ଅନେକ ସମୟରେ ଶୁଣିବାକୁ ମିଳେ, ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଯେପରି ମୋଟା ହୋଇ ଯାଉଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯେପରି ଖରାପ ହେଉଛି, ଦେଶର ଶାସନଭାର ଭଉଣୀ କିମ ୟୋ ଜୋଙ୍ଗଙ୍କ ପାଖକୁ ଯାଇପାରେ । କିମ ଜୋଙ୍ଗ ତାଙ୍କର ସାନ ଭଉଣୀ କିମ ୟୋ ଜୋଙ୍ଗଙ୍କୁ ଉତ୍ତର କୋରିଆ ଶାସନରେ ସବୁଠାରୁ ଶକ୍ତିଶାଳୀ ବୋଲି ମାନନ୍ତି ।

କିମ ୟୋ ଛାଇ ପରି ତାଙ୍କ ଭାଇ ପାଖରେ ରୁହନ୍ତି ।ଏପରକି ଋଷ ଗସ୍ତ ସମୟରେ ସେ ତାଙ୍କ ଭାଇ ସହ ଯାଇଥିଲେ । ଲି ଲେଖିଛନ୍ତି, ଯଦି କୌଣସି କାରଣରୁ ଭାଇର ହାତରୁ ଶାସନ ଚାଲିଯାଏ ତେବେ ସେ ନିଜକୁ ଏତେ ମଜବୁତ କରି ରଖିଛନ୍ତି ଯେ, ତୁରନ୍ତ ଭଉଣୀଙ୍କ ହାତକୁ କ୍ଷମତା ଚାଲି ଆସିବ  ।

ଭାଇ-ଭଉଣୀ ଖୁବ ବିଶ୍ୱସ୍ତ । ଚାଚାଙ୍କଠାରୁ ଆରମ୍ଭ କରି ପିଉସା ପର୍ଯୟନ୍ତ ସମସ୍ତଙ୍କ ହତ୍ୟାରେ  ଭାଇ ସହ ଭଉଣୀ ନିଷ୍ଠୁରତାର ହାତ ବଢାଇଥିଲା । ଭାଇର ଏବେ ସବୁଠାରୁ ବଡ ବିଶ୍ୱସ୍ତ ସହଯୋଗୀ, ମୁ୍ଖ୍ୟ ବିଦେଶନୀତି ପରାମର୍ମ ଦାତା ହେଉଛନ୍ତି ଏହି ମହିଳା କିମ ୟୋ ଜୋଙ୍ଗ ।

ଉତ୍ତର କୋରିଆର ଏହି ରାଜପରିବାରର କୌଣସି ତଥ୍ୟ ସହଜରେ ବାହାରକୁ ଆସି ନ ଥାଏ । ହେଲେ ଏହ ପରିବାର ବିଷୟରେ ଅନେକ ତଥ୍ୟ ଏହି ପୁସ୍ତକରେ ରହିଛି ।

ଏଠି କହିରଖିବୁ, କିମ ୟୋ ଜୋଙ୍ଗ ଦକ୍ଷିଣ କୋରିଆର ଗ୍ୟାଙ୍ଗନେଉଙ୍ଗରେ ୨୦୧୮ ଶୀତକାଳିନ ଅଲମ୍ପକରେ ମହିଳା ଆଇସ ହକିରେ ଭାଗ ନେଇଥିଲେ । ସେତେତେଳେ ସାଉଥ କୋରିଆ ସହ ବନ୍ଧୁତାପୂର୍ଣ୍ଣ ବ୍ୟବହାର ଦେଖାଇଥିଲେ । ତଙ୍କର ଏପରି ବ୍ୟବହାର ଦେଖି ଲୋକେ ଖୁସିରେ ଗଦଗଦ ହୋଇ ଯାଇଥିଲେ । ପରେ ତାଙ୍କର ଭାଇଙ୍କ ହାତକୁ କ୍ଷମତା ଡୋର ଯିବା ପରେ ସେ ଆହୁରି ଶକ୍ତିଶାଳୀ ହୋଇ ଯାଇଥିଲେ ।

ସେ ସ୍ୱିସ ବୋର୍ଡିଂସ୍କୁଲରେ ରହି ପଢୁଥିଲେ । କମ୍ପ୍ୟୁଟରରେ ତାଙ୍କର ଭଲ ଜ୍ଞାନ ରହିଛି । ସେ ଖୁବ ଭଲ ଇଂରାଜୀ କହିପାରନ୍ତି । ଅବଶ୍ୟ ସେ କାହିଁକି କ୍ରୁର ଏବଂ ତାଙ୍କ ନିଷ୍ଠୁରତାର ଦିଗ ଉପରେ ପୁସ୍ତକରେ ଉଲ୍ଲେଖ ନାହିଁ । ଏପରିକି ତାଙ୍କ ବୈବାହିକ ଜୀବ, ପରିବାର ବିଷୟରେ କିଛି ବି ଏହି ପୁସ୍ତକରେ ଉଲ୍ଲେଖ ନାହିଁ । ତେବେ ତାଙ୍କ ପଛରେ ତାଙ୍କୁ ଖୁନୀ, ପ୍ୟାସି ରାକ୍ଷସ ଏବଂ ଶୈତାନ ମହିଳା, ଅହଙ୍କାରୀ ରାଜକୁମାରୀ ବୋଲି କୁହାଯାଇଥାଏ ।

Comments are closed.