Latest Odisha News

BREAKING NEWS

ବିହାର ଓ ରାଜସ୍ଥାନ ଭଳି ଓଡ଼ିଶାରେ ଜାତି ଭିତିକ ଗଣନା କେବେ ହେବ: ପିସିସି ସଭାପତି 

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ବିହାର ଓ ରାଜସ୍ଥାନ ଭଳି ଓଡ଼ିଶାରେ ଜାତିଭିତିକ ଜନଗଣନା ଶୈଳୀ କରାଯିବା ପାଇଁ ଦାବି କରିଛନ୍ତି। ସେ କହିଛନ୍ତି ଯେତେବେଳେ କି ବିହାର ସରକାର ଜାତିଭିତିକ ଜାତିଭିତିକ ଜନଗଣନା କରିସାରିଛନ୍ତି ଏବଂ ଶନିବାର ଦିନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ତାଙ୍କ ରାଜ୍ୟରେ ଜାତିଭିତିକ ଜନଗଣନା ଶେଷ ହେଉଛି ବୋଲି ପ୍ରକାଶ କରିଛନ୍ତି, ତେବେ ଓଡ଼ିଶାର ଶାସକ ବିଜୁ ଜନତା ଦଳ କେବେ ଜନଗଣନା ପ୍ରକ୍ରିୟା କରିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ଆମ ଜନସଂଖ୍ଯାରେ ସଂପୂର୍ଣ୍ଣ ସାମାଜିକ ଓ ଅର୍ଥନୈତିକ ଚିତ୍ର ସ୍ପଷ୍ଟତା ପାଇଁ ପାଇବାକୁ ଆମ କଂଗ୍ରେସ ଦଳ ଦୀର୍ଘ ଦିନରୁ ଦାବି କରିଆସୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଏହି ପ୍ରସଙ୍ଗରେ କେବଳ କଥାବାର୍ତା କରି ଚୁପ୍ ରହୁଛନ୍ତି କାହିଁକି?
]
ଯଦି ବିଜେଡ଼ି ସରକାର ଜାତିଭିତିକ ଜନଗଣନା କରିବାରେ କୌଣସି ଆଗ୍ରହ ଦେଖାଏ ନାହିଁ ତେବେ ୨୦୨୪ ମସିହାରେ କଂଗ୍ରେସ ଶାସନ କ୍ଷମତାକୁ ଆସିବା ପରେ ରାଜ୍ୟରେ ତୁରନ୍ତ ଜାତିଭିତିକ ଜନଗଣନା କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଅତି ଦୃଢ଼ତାର ସହ କହିଛନ୍ତି ।

ଜାତିଭିତିକ ସର୍ଭେ ପାଇଁ ଏକ ସଂକଳ୍ପ ପାରିତ କରିବାକୁ ଓଡ଼ିଶା ବିଧାନସଭାରେ ଏକ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ଓପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଦାବି କରିଛନ୍ତି ।

ସେ କହିଛନ୍ତି ନବୀନ ସରକାର ତୁରନ୍ତ ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇ ବିହାର ଏବଂ ରାଜସ୍ଥାନରେ ଜାତିଭିତିକ ସର୍ଭେ କରାଯାଇଥିବାପରି ସର୍ବ ସମ୍ମତି କ୍ରମେ ରାଜ୍ୟରେ ସର୍ଭେ କରିବା ପାଇଁ ବିଧେୟକ ପାରିତ କରାନ୍ତୁ ।

ବିହାର ସରକାର ଜାତିଗଣନା ରିର୍ପୋଟ ଗାନ୍ଧୀ ଜୟନ୍ତୀରେ ପ୍ରକାଶ କରିଥିଲେ । ତତ୍‌ଦ୍ୱାରା ବିହାର ସରକାର ବିଭିନ୍ନ ଜାତି ଓ ବର୍ଗଙ୍କର ଆର୍ଥିକସ୍ଥିତି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇପାରିଲେ । ଯଦ୍ୱାରାକି ନିର୍ଦ୍ଦିଷ୍ଟ ବର୍ଗଙ୍କର ସାମଗ୍ରିକ ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇପାରିବ । ଏହା ସରକାରଙ୍କୁ ସମସ୍ତ ଜାତୀର ବିକାଶ ପାଇଁ ଯୋଜନା ଓ ନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Comments are closed.