Latest Odisha News

BREAKING NEWS

ଡି କକଙ୍କ ଶତକ, ଅଷ୍ଟ୍ରେଲିଆ ସମ୍ମୁଖରେ ୩୧୨ ରନର ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ଗୁରୁବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୩୧୨ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା କ୍ୱିଂଟନ ଡି କକଙ୍କ ୧୦୯ ରନ ସହାୟତାରେ ୭ ୱିକେଟ ବିନିମୟରେ ୩୧୧ ରନ ସଂଗ୍ରହ କରିଥିଲା । ଟେମ୍ବା ବାଭୁମା ୩୫ ଓ ଆଇଡେନ ମାର୍କରାମ ୫୬ ରନର ଇନିଂସ ଖେଳିଥିଲେ । ଏକଦା ଦକ୍ଷିଣ ଆଫ୍ରିକା ୩୫୦ରୁ ଊର୍ଦ୍ଧ୍ୱ ରନ କରିବ ବୋଲି ଆଶା କରାଯାଉଥିଲେ ମଧ୍ୟ ଅଷ୍ଟ୍ରେଲୀୟ ବୋଲରଙ୍କ ଭଲ ବୋଲିଂ ଯୋଗୁ ଏହା ସମ୍ଭବପର ହୋଇ ନ ଥିଲା । କ୍ୱିଂଟନ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ଶତକ ମାରିଛନ୍ତି । ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ସେ ଶତକ ହାସଲ କରିଥିଲେ ।

ମିଚେଲ ଷ୍ଟାର୍କ ଓ ଗ୍ଲେନ ମ୍ୟାକ୍ସୱେଲ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଜୋସ ହାଜେଲଉଡ, ପ୍ୟାଟ କୁମିନ୍ସ ଓ ଆଡାମ ଜାମ୍ପା ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଅଷ୍ଟ୍ରେଲିଆ ତାର ପ୍ରଥମ ମ୍ୟାଚରେ ଭାରତଠାରୁ ପରାଜିତ ହୋଇଥିବାରୁ ଏହି ମ୍ୟାଚରେ ବିଜୟ ହାସଲ କରିବା ପାଇଁ ଉଦ୍ୟମ କରିବ । ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ତାର ପ୍ରଥମ ମ୍ୟାଚରେ ବିଜୟ ହାସଲ କରି ୨ପଂଏଟ ସଂଗ୍ରହ କରି ନେଇଛି ।

Comments are closed.