ଭୁବନେଶ୍ୱର: ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଏବଂ ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) କ୍ୟାଡରରେ ଅତିରିକ୍ତ ପଦବି ସୃଷ୍ଟି କରିଛନ୍ତି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସହରାଂଚଳରେ ଲୋକଙ୍କୁ ସେବା ପ୍ରଦାନରେ ଆହୁରି ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଏଏସ୍ କ୍ୟାଡରରେ ୩୫ଟି ଅତିରିକ୍ତ ପଦବୀ ଏବଂ ଓଆରଏସ୍ କ୍ୟାଡରରେ ୩୨ଟି ଅତିରିକ୍ତ ପଦବୀକୁ ଅନୁମୋଦନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଟ୍ବିଟ୍ କରି ଏହି ସୂଚନା ପ୍ରଦାନ କରିଛି। ଏକ ପୋଷ୍ଟରେ କୁହାଯାଇଛି ଯେ ଅତିରିକ୍ତ ପଦବୀ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ବିଭିନ୍ନ ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନଏସିଟିରେ ଏହି ନୂଆ ନିଯୁକ୍ତି କରାଯିବ।
Comments are closed.