ଭୁବନେଶ୍ୱର: କଟକ-ପୁରୀ ରୋଡରେ ଥିବା ଏକ ଘରୋଇ ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତର, ନର୍ସ ଓ ସିକ୍ୟୁରିଟି ଗାର୍ଡଙ୍କୁ ମାଡ଼ ମାରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଡ୍ୟୁଟିରେ ଥିବା ଡାକ୍ତର।
ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରୋଗୀ ଜଣକ ମଲ୍ଟିପଲ ଅର୍ଗାନ ଡିସଫଙ୍କସନ ସିଣ୍ଡ୍ରୋମ ରୋଗରେ ପୀଡ଼ିତ ଥିଲେ ଏବଂ ଯେତେବେଳେ ତାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା ସେତେବେଳେ ସେ ଗୁରୁତର ଅବସ୍ଥାରେ ଥିଲେ। ଡାକ୍ତର ତାଙ୍କୁ ସହରର ଏକ ମଲ୍ଟି ସ୍ପେସିଆଲିଷ୍ଟ ହସ୍ପିଟାଲକୁ ପଠାଇବା ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମଙ୍ଗଳବାର ଅପରାହ୍ନରେ ରୋଗୀଙ୍କ ସମ୍ପର୍କୀୟମାନେ ପ୍ରଥମ ଡାକ୍ତରଖାନାକୁ ଫେରିବା ପରେ ସେଠାରେ ଗଣ୍ଡଗୋଳ ସୃଷ୍ଟି କରିବା ସହ ସେମାନଙ୍କ ରାସ୍ତାରେ ଯିଏ ଆସିଲେ ତାଙ୍କୁ ଆକ୍ରମଣ କରିଥିଲେ। ଏହି ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ଅଭିଯୋଗକୁ ଭିତ୍ତିକରି ବଡଗଡ ପୋଲିସ ଏକ ମାମଲା ରୁଜୁ କରି ବୁଧବାର ଦୁଇ ଜଣଙ୍କୁ ଗିରଫ କରିଛି। ଆଗକୁ ଆହୁରି ଗିରଫ ହେବାର ସମ୍ଭାବନା ରହିଛି।
Comments are closed.