ନୂଆଦିଲ୍ଲୀ: ଭାରତକୁ ପ୍ରଥମ ରାଫେଲ୍ ଜେଟ୍ ଯୁଦ୍ଧ ବିମାନ ହସ୍ତଗତ ହୋଇଛି । ବାୟୁସେନା ସୂଚନାନୁଯାୟୀ ଏହି ଯୁଦ୍ଧ ବିମାନ ଫ୍ରାନ୍ସଠାରୁ ପ୍ରଥମକରି ମିଳିଥିବା ଏଏନଆଇ ସୂତ୍ରରୁ ଖବର ମିଳିଛି ।
ଗୁରୁବାର ଦିନ ଫ୍ରାନ୍ସ ନିକଟରୁ ଏହି ବିମାନ ଭାରତ ଗ୍ରହଣ କରିଛି । ଏହି ଅବସରରେ ଡ଼େପୁଟୀ ଏୟାର୍ ମାର୍ଶାଲ୍ ବିଆର୍ ଚୌଧୁରୀ ଉପସ୍ଥିତ ରହିଥିଲେ ।
Indian Air Force (IAF) Sources: IAF received its first ‘acceptance’ Rafale combat aircraft from Dassault Aviation in France, yesterday. Deputy Air Force Chief Air Marshal VR Chaudhary also flew in the aircraft for around one hour. (file pic) pic.twitter.com/bzm0gwuVWd
— ANI (@ANI) September 20, 2019
ଏହି ଯୁଦ୍ଧ ବିମାନ ଏବେ ଭାରତୀୟ ବାୟୁସେନା ନିକଟରେ ପହଞ୍ଚିବା ପରେ ବାୟୁସେନା ଅଧିକ ଶକ୍ତିଶାଳୀ ହୋଇପଡ଼ିଛି । ଏହିପରି ଶକ୍ତିଶାଳୀ ଯୁଦ୍ଧ ବିମାନ ପାକିସ୍ତାନ ନିକଟରେ ନାହିଁ । ଭାରତୀୟ ବାୟୁସେନାର ପାଇଲଟ୍ ଏହାକୁ ଉଡ଼ାଇବା ଲାଗି ଫ୍ରାନ୍ସରେ ସ୍ୱତନ୍ତ୍ର ଭାବେ ଟ୍ରେନିଂ ନେବେ । ଏହାପରେ ସମ୍ପୂର୍ଣ୍ଣ ଭାବେ ଏହି ଜେଟ୍ ବିମାନ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।
Comments are closed.