Latest Odisha News

ନିଠାରୀ ମାମଲା: ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଆଲହାବାଦ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି: ନିମ୍ନ ଅଦାଲତ ଦେଇଥିଲେ ଫାଶୀଦଣ୍ଡ

ନଏଡା:ନଏଡାର ବହୁଚର୍ଚ୍ଚିତ ନିଠାରୀ କାଣ୍ଡ ସହ ଜଡିତ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ମିଳିଲା ହାଇକୋର୍ଟଙ୍କ ଆଶ୍ୱସ୍ତି । ହାଇକୋର୍ଟ ସୁରେନ୍ଦ୍ର କୋଲି ଏବଂ ମନିନ୍ଦର ସିଂହ ପନ୍ଧେରଙ୍କ ଫାଶି ଦଣ୍ଡକୁ ରଦ୍ଦ କରି ଦେଇଛନ୍ତି ।  ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି ଆଲହାବାଦ ହାଇେକାର୍ଟ ।

ନିଠାରୀ କାଣ୍ଡରେ ସିବିଆଇ ୧୬ଟି ମାମଲା ଦାଏର କରିଥିଲା। ଏଥିରୁ ୧୪ଟି ମାମଲାରେ ତଳ କୋର୍ଟ ସୁରେନ୍ଦ୍ର କୋଲିଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଥିଲେ  । ସେହିପରି ମନିନ୍ଦର ସିଂହ ପାନ୍ଧେରଙ୍କ ବିରୋଧରେ ୬ଟି ମାମଲା ରୁଜୁ ହାରଛି ଏବଂ ଏଥିରୁ ୩ଟି ମାମଲାରେ ତାଙ୍କୁ ଫାଶିଦଣ୍ଡ ଶୁଣା ଯାଇଛି । ପୂର୍ବରୁ ଦୁଇଟି ମାମଲାରେ ତାଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରାଯାଇଛି ।

୨୦୦୫ରୁ ୨୦୦୬ରେ ନଏଡାରେ ହୋଇଥିବା ନିଠାରି ମାମଲାରେ ସିବିଆଇ ସୁରେନ୍ଦ୍ର କୋଲିଙ୍କୁ ହତ୍ୟା, ଅପହରଣ, ବଳାତ୍କାର ଏବଂ ପ୍ରମାଣ ନଷ୍ଟ କରିବା ପରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲା । ମନିନ୍ଦର ସିଂହ ପାନ୍ଧେରଙ୍କୁ ମାନବ ଚାଲାଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲା ।

ଉଭୟଙ୍କୁ ତଳ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଥିବାବେଳେ  ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ଦୁଇ ଅଭିଯୁକ୍ତ । ଅଭିଯୁକ୍ତ ଦ୍ୱୟ ଯୁକ୍ତି ବାଢିଥିଲେ, ଏହି ଘଟଣାରେ କେହି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନାହାନ୍ତି । କେବଳ ବୈଜ୍ଞାନିକ ଆଧାର ଏବଂ ପରିସ୍ଥିତିକୁ ଦେଖି ପ୍ରମାଣ ଯୋଗାଡ କରାଯାଇଛି । ଏହି ଆଧାରରେ ଉଭୟଙ୍କୁ ଫାଶୀ ଦଣ୍ଡ ମିଳିଛି । ଆଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଅଶ୍ୱିନୀ କୁମାର ମିଶ୍ର ଏବଂ ଜଷ୍ଟିସ ଏସଏଚଏ ରିଜବୀ ଉଭୟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଛନ୍ତି ।

ସୂଚନାଥାଉ କି, ୨୦୦୬ ମେ’ ୭ ତାରିଖରେ ନିଠାରୀ ଜଣେ ଯୁବତୀଙ୍କୁ ପନ୍ଧେର ଚାକିରି ଦେବେ ବୋଲି ଡାକିଥିଲେ । ଏହା ପରେ ସେ ଆଉ ଘରକୁ ଫେରି ନ ଥିଲେ । ଯୁବତୀଙ୍କ ପିତା ସେକ୍ଟର ୨୦ ଥାନାରେ ଏ ନେଇ ଏକ ନିଖୋଜ ମାମଲା ଦାଏର କରିଥିଲେ । ଏହାପରେ ଡିସେମ୍ବର ୨୯  ୨୦୦୬ରେ ମୋନିନ୍ଦର ସିଂହ ପନ୍ଧେରଙ୍କ ଘର ପଛପଟ ନାଳରୁ ୧୯ ଶିଶୁ ଏବଂ ମିହଳାଙ୍କର କଙ୍କାଳ ମିଳିଥିଲା । ପୋଲିସ ଏହି ଘଟଣାରେ ମନିନ୍ଦର ସିଂହ ଏବଂ ତାଙ୍କ ଚାକର ସୁରେନ୍ଦ୍ର କୋଲିଙ୍କୁ ଗିରଫ କରିଥିଲା । ଏହାପରେ ନିଠାରୀ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।

Comments are closed.