Latest Odisha News

BREAKING NEWS

ଉତ୍ତରାଖଣ୍ଡରେ ୪ ତୀବ୍ରତାର ଭୂକମ୍ପ ଝଟକା: ମୃତାହତର ନାହିଁ ସୂଚନା

ନୂଆଦିଲ୍ଲୀ : ଗତକିଛି ଦିନ ହେବ ଭାରତର ବିଭିନ୍ନ ସ୍ଥାନରେ ଲଗାତର ଭୂମିକମ୍ପ ହେଉଛି । ଆଜି ସକାଳୁ ଉତ୍ତରାଖଣ୍ଡର ପିଥୋରାଗଡରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪ ରେକର୍ଡ କରାଯାଇଛି । ପିଥୋରଗଡଠାରୁ ୪୮ କିଲୋମିଟର ଦୂର ଉତ୍ତର-ପୁର୍ବରେ ଏହି ଭୂକମ୍ପ ଅନୁଭୂତ ହୋଇଛି  । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

ଏହାପୂର୍ବରୁ ଅକ୍ଟୋବର ୫ ତାରିଖରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂକମ୍ପ ହୋଇଥିଲା। ବିଳମ୍ବିତ ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଥିବାବେଳେ ଯାହାର ତୀବ୍ରତା ୩.୨ ରହିଥିଲା ।  ସେହିପରି ଗତକାଲି ଦିଲ୍ଲୀ ଏନସିଆର ସମେତ ଗୁରୁଗ୍ରାମ, ଗାଜିଆବାଦ, ନୋଏଡା ଓ ଫରିଦାବାଦରେ ତୀବ୍ର ଭୂମିକମ୍ପ ଝଟକା ଲାଗିଥିଲା ।  ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ ।  ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୩.୨ ରହିଥିଲା ।

Leave A Reply

Your email address will not be published.