Latest Odisha News

BREAKING NEWS

ଲାଞ୍ଚୁଆ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅଧିକ ରିମାଣ୍ଡରେ ନେବାକୁ ହୋଇପାରେ ଆବେଦନ, ପୁଣି ଆଉ ଏକ ପ୍ରମାଣ ସିବିଆଇ ହାତରେ

ଭୁବନେଶ୍ୱର: ପାରାଦୀପ ବନ୍ଦର ସ୍ବାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ସୋମବାର ଭୁବନେଶ୍ୱରସ୍ଥିତ ନିର୍ଦ୍ଦିଷ୍ଟ କୋର୍ଟରେ ହାଜର କରାଯାଇଥିଲା। ଗତ ଗୁରୁବାର ଦିନ ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଲାଞ୍ଚ ଅଭିଯୋଗରେ ସିବିଆଇ ଗିରଫ କରିଥିଲା।

ସ୍ବାସ୍ଥ୍ୟ ଅନୁମତି ସାର୍ଟିଫିକେଟ୍ ଦେବା ପାଇଁ ଏମିନେନ୍ସ ସିପିଂ ଏଜେନ୍ସିର କ୍ରୁ ମେମ୍ବର୍ସଙ୍କଠାରୁ ୫୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଅଧିକାରୀମାନେ ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ହାତରେ ଧରିଥିଲେ। ଏହାପରେ ସିବିଆଇ ରାଜେନ୍ଦ୍ର ପାଣିଗ୍ରାହୀଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ନଗଦ ଟଙ୍କା, ବିଦେଶୀ ମୁଦ୍ରା, ଆମଦାନୀ ହୋଇଥିବା ମଦ ଓ ସିଗାରେଟ୍, ହାର୍ଡଡିସ୍କ, ଦାମୀ ଉପହାର ଆଦି ଜବତ କରିଥିଲା।

ପଚରାଉଚରା ପାଇଁ ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ୫ ଦିନିଆ ରିମାଣ୍ଡରେ ନିଆଯାଇଥିଲା। ରିମାଣ୍ଡ ଅବଧି ଶେଷ ହେବାକୁ ଥିବାରୁ ସୋମବାର ତାଙ୍କୁ ଡେଜିଗନେଟେଡ୍ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ସିବିଆଇ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି। ଡାକ୍ତରଙ୍କ ଜାମିନ ଆବେଦନ ଉପରେ ମଙ୍ଗଳବାର ଶୁଣାଣି ହେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଯେଉଁ ସବୁ ସଂପର୍କୀୟ ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ଟଙ୍କା ଦିଆଯାଇଛି ତାର ତାଲିକା ରାଜେନ୍ଦ୍ର ପାଣିଗ୍ରାହୀ ଦେଇଥିବା ସୂଚନା ରହିଛି।

ବିପୁଳ ପରିମାଣର ବିଦେଶୀ ମୁଦ୍ରା ଓ ଅନ୍ୟାନ୍ୟ ସମ୍ପତ୍ତି ସମ୍ପର୍କରେ ଅଧିକ ତଦନ୍ତ ଓ ପଚରାଉଚରା ପାଇଁ ସିବିଆଇ ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଅଧିକ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ। ଆଜି ଡାକ୍ତର ପାଣିଗ୍ରାହୀଙ୍କୁ ବିଚାରବିଭାଗୀୟ ହାଜତ ବା ଝାରପଡା ଜେଲକୁ ପଠାଇ ଦିଆଯାଇଛି।

ରାଜେନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ନଗଦ ୮୦ ଲକ୍ଷ ଟଙ୍କାରେ ଫ୍ଲାଟ୍ କିଣିବା ନେଇ ସିବିଆଇ ଜଣେ ବିଲଡରଙ୍କୁ ମଧ୍ୟ ପଚରାଉଚରା କରିପାରେ। ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା ଏହି ୩ ବିଏଚକେ ଫ୍ଲାଟକୁ ସ୍ବାସ୍ଥ୍ୟ ଅଧିକାରୀ ତାଙ୍କ ମା’ଙ୍କୁ ଉପହାର ଦେଇଥିଲେ। ସେହି ଫ୍ଲାଟରେ ସିବିଆଇ ଅଧିକାରୀମାନେ ଚଢ଼ଉ କରିଛି। ସେହିପରି

Comments are closed.