ଭୁବନେଶ୍ବର: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟଟି କାଳକ୍ରମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଉତ୍ତର ପଶ୍ଚିମ ଦିଗକୁ ଗତି କରି ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ୨୦ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେବାର ଆଶଙ୍କା ରହିଥିବା ଆଇଏମଡି ପକ୍ଷରୁ ସୂଚନା ମିଳିଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା କରାଯାଉଛି ।
ଆଗକୁ ପାର୍ବଣ ଆସୁଥିବାରୁ ବର୍ଷାରେ ଭିଜିପାରେ ଦଶହରା । ଆସନ୍ତା ୨୦ ତାରିଖରେ ଷଷ୍ଠୀ , ୨୧ରେ ସପ୍ତମୀ , ୨୪ରେ ଦଶହରା ଏବଂ ୨୫ ତାରିଖରେ ଭସାଣ ଉତ୍ସବ ରହିଛି । ଯେହେତୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି , ଯାହାକି ଆଗକୁ ଲଘୁଚାପର ରୂପ ନେବାର ଆଶଙ୍କା ରହୁଛି । ତେଣୁ ଏଥର ଦଶହରାକୁ ଫିକା ପକାଇବାରେ ଲଘୁଚାପ ବର୍ଷା ।
Comments are closed.