Latest Odisha News

BREAKING NEWS

ବସ ଧର୍ମଘଟ ନେଇ ଚାଲିଥିବା ମାଲିକ ସଂଘ-ସିଏମ୍‌ଓ ବୈଠକ ଶେଷ: ବାହାରି ପାରିଲାନି ଚୂଡାନ୍ତ ନିଷ୍ପତ୍ତି

କଟକ: ବସ ଧର୍ମଘଟ ନେଇ ମାଲିକ ସଂଘ-ସିଏମ୍‌ଓ  ମଧ୍ୟରେ ଚାଲିଥିବା ବୈଠକ ଶେଷ ହୋଇଛି । ହେଲେ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନି । ଆସନ୍ତାକାଲି ବସ ଧର୍ମଘଟ ହେବ କି ନାହିଁ ସେ ନେଇ କୌଣସି ଚୂଡାନ୍ତ ନିଷ୍ପତି ନିଆଯାଇ ପାରିନାହିଁ ।

ବୈଠକ ପରେ ସୂଚନା ଦେଇ ଘରୋଇ ବସ ମାଲିକ ସଂଘ ସଭାପତି ଦେବେନ୍ଦ୍ର ସାହୁ କହିଛନ୍ତି, ଆଲୋଚନା ସଫଳ କି ବିଫଳ ହୋଇନାହିଁ । ଆମେ ପ୍ରସ୍ତାବ ଦେଇଛୁ, ସେମାନେ ନିଷ୍ପତ୍ତି ଜଣାଇବେ  । ସରକାର କୌଣସି ଲିଖିତ ପ୍ରତିଶୃତି ଦେଇନାହାନ୍ତି । ଆସନ୍ତକାଲି ବସ ଧର୍ମଘଟ ହେବ କି ନାହିଁ ସେ ନେଇ ସଂଘର ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ  ।

ସୂଚନାଥାଉ କି, ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ ବିରୋଧ କରି ଘରୋଇ ବସ ମାଲିକ ସଂଘ ଗତ ୧୦ ତାରିଖରୁ ଧର୍ମଘଟ ଡାକରା ଦେଇଥିଲେ ।  ହେଲେ ରାଜ୍ୟ ସରକାରଙ୍କ ସହ ସଂଘର ଆଲୋଚନା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା ।  ଗତ ୧୦ ତାରିଖରେ ସରକାରଙ୍କ ସହ ହୋଇଥିବା ଆଲୋଚନା ଅନୁସାରେ ସରକାର ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି । ପ୍ରତିଶ୍ରୁତିକୁ ଭାଙ୍ଗି ସରକାର ଲକ୍ଷ୍ମୀ ବସ୍ ସେବା ଆରମ୍ଭ  କରିଛନ୍ତି । ୬ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଜିଲ୍ଲା ମୁଖ୍ୟାଳୟକୁ ଚଳାଇଛନ୍ତି ସରକାର । ଏହାର ପ୍ରତିବାଦରେ ଆସନ୍ତାକାଲିଠାରୁ ଘରୋଇ ବସ ମାଲିକ ସଂଘ ପୁଣି ରାଜ୍ୟବ୍ୟାପି ବସ ଧର୍ମଘଟ ଡାକରା ଦେଇଥିଲେ ।

Comments are closed.