Latest Odisha News

BREAKING NEWS

ପ୍ରତି ୭୬-୭୯ ବର୍ଷରେ ଥରେ ଆସେ ହେଲି ଧୂମକେତୁ, ଆକାଶରେ ହେବ ଉଲକା ବର୍ଷା !

ନୂଆଦିଲ୍ଲୀ: ଫେରିବ କି ହେଲି ଧୂମକେତୁ ? ଆକାଶରେ ହେବ କି ଉଲକା ବର୍ଷା ? ଯଦି ସତରେ ହେଲି ଧୂମକେତୁ ଫେରେ ତେବେ ରବିବାର କିମ୍ବା ସୋମବାର ସକାଳେ ଆକାଶରେ ହେବ ଉଲକା ବର୍ଷା। ପ୍ରତି ୭୬ ରୁ ୭୯ ବର୍ଷରେ ଥରେ ଆସେ ଏହି ହେଲି ଧୂମକେତୁ। ଏପରି ହେଲେ, ହେଲି ଧୂମକେତୁ ପରି ସମଗ୍ର ଆକାଶ ଆଲୋକିତ ହୋଇଯିବ। ବର୍ତ୍ତମାନ ଏହି ହେଲି ଧୂମକେତୁ ଫେରିବା ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି।

ବର୍ଷ ୨୦୨୩ ଜ୍ୟୋତିର୍ବିଜ୍ଞାନ କ୍ୟାଲେଣ୍ଡରରେ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି। ଆସନ୍ତା ୨୧ କିମ୍ବା ୨୨ ତାରିଖ ସକାଳେ ଏହି ବିରଳ ଦୃଶ୍ୟ ଦେଖାଯାଇ ପାରେ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। କାରଣ ମହାକାଶରେ ବହୁ ସଂଖ୍ୟାରେ ଓରିଅନିଡ୍ ଉଲକା ପିଣ୍ଡ ବର୍ଷା ହୋଇପାରେ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି।

ହେଲି ଧୂମକେତୁର ଆକାର ପ୍ରାୟ ୫/୯ ମାଇଲ ଦୂର। ପ୍ରାୟ ୭୬ ରୁ ୭୯ ବର୍ଷରେ ସୂର୍ଯ୍ୟଙ୍କୁ ପରିକ୍ରମା କରେ ହେଲି ଧୂମକେତୁ। ଏହି ସମୟରେ ଧୂମକେତୁର ନ୍ୟୁକ୍ଲିୟସରୁ ଧୂଳି କଣିକା ନିର୍ଗତ ହୁଏ ଏବଂ ଅତିକ୍ରମ କରିଥିବା ପଥରେ କିଛି ଖଣ୍ଡ ବିଖଣ୍ଡିତ ଅଂଶ ରହିଯାଏ। ସୂର୍ଯ୍ୟ ଏବଂ ଧୂମକେତୁ ମଧ୍ୟରେ ଏହି ସଂଯୋଗ ଘଟିଲେ ଓରିଅନିଡ୍ ଉଲକା ଦେଖାଯାଏ। ପ୍ରତିବର୍ଷ ପୃଥିବୀ ଅକ୍ଟୋବର ଶେଷରେ ଏହି ଖଣ୍ଡ ବିଖଣ୍ଡିତ ଉଲ୍‌କା ପିଣ୍ଡ ଦେଇ ଗତି କରିଥାଏ। ଫଳରେ ଓରିଅନିଡ୍ ଉଲ୍‌କା ଦେଖିବାକୁ ମିଳେ। ଚଳିତ ବର୍ଷ ଏହି ଉଲ୍‌କା ବହୁ ସଂଖ୍ୟାରେ ଦୃଶ୍ୟମାନ ହୋଇପାରେ ବୋଲି ଅନୁମାନ କରାଯାଉଛି।

ହେଲି ଧୂମକେତୁ ସାଧାରଣତଃ ଖୁବ୍ ଉଜ୍ଜ୍ୱଳ, ଯାହା ଫଳରେ ଅତି ସହଜରେ ଦୃଶ୍ୟମାନ ହୋଇଥାଏ। ଆକାଶରେ ଧୂମକେତୁ ପର୍ଯ୍ୟବେକ୍ଷଣ ୨୪୦ ଖ୍ରୀଷ୍ଟ ପୂର୍ବରେ ଆରମ୍ଭ ହୋଇଥିଲା। ଇଂରାଜୀ ଜ୍ୟୋତିର୍ବିଜ୍ଞାନୀ ଏଡ଼ମଣ୍ଡ ହେଲି ପ୍ରଥମେ ଏହି ଧୂମକେତୁର ଚିହ୍ନଟ କରିଥିଲେ। ଏଡ଼ମଣ୍ଡ ହେଲି ଏହାର ଚିହ୍ନଟ କରିଥିବାରୁ ତାଙ୍କ ନାମ ଅନୁସାରେ ଧୂମକେତୁର ନାମ ହେଲି ରଖାଯାଇଛି।

Comments are closed.