ବାରିପଦା: ମୟୂରଭଞ୍ଜରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ-କାର ଧକ୍କାରେ ଚାଲିଗଲା ଗୋଟିଏ ପରିବାରର ୨ ଜଣ ମହିଳାଙ୍କ ଜୀବନ । ୫ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ବାଙ୍ଗିରପୋଷି ଦ୍ୱାରଶୁଣି ଘାଟିଠାରେ ଏହି ଦୁର୍ଘଟଣା ଘଟିଛି ।
ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଶନିବାର ଅପରାହ୍ନରେ ପରିବାରର ୭ ଜଣ ସଦସ୍ୟ କାରରେ ଯାଉଥିଲେ । ଜାତୀୟ ରାଜପଥା ୪୯ର ଦ୍ୱାରଶୁଣି ଘାଟ ନିକଟରେ ଟ୍ରକଟି କାରକୁ ପଛପଟୁ ଧକ୍କା ଦେଇଥିଲା ।
୨ ଜଣ ମହିଳାଙ୍କର ଘଟଣାସ୍ଥଳରେ ମୃ୍ତ୍ୟୁ ଘଟିଥିବାବେଳେ ଅନ୍ୟ ୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ମଧ୍ୟ ଗୁରୁତର ଅଛି ।
ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାରେ ମୃତାହତ ଲୋକମାନେ ପଶ୍ଚିମବଙ୍ଗ ଖଡଗପୁର ଅଞ୍ଚଳର । ସେମାନେ ମନ୍ଦିର ଦର୍ଶନ ସାରି ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଲା । କାରଟିକୁ ପଛପଟୁ ଗୋଟିଏ ଟ୍ରକ ଧକ୍କା ଦେବା ପରେ କାରଟି ସମ୍ମୁଖରେ ଥିବା ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା ।
ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଲାଇଛନ୍ତି ।
Comments are closed.