ନୂଆଦିଲ୍ଲୀ: ଅନେକ ସମୟ ଧରି ଡିଜନୀ ଭାରତରେ ଏହାର ବ୍ୟବସାୟ ବିକ୍ରି କରିବା ବିଷୟରେ ଆଲୋଚନା କରି ଆସୁଛି। ଏକ ରିପୋର୍ଟ ଅନୁଯାୟୀ, ଡିଜନୀ ଭାରତରେ ଏହାର ବ୍ୟବସାୟକୁ ଏସିଆ ତଥା ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ କମ୍ପାନୀ ରିଲାଏନ୍ସକୁ ବିକ୍ରି କରିବା ପାଇଁ ଚୁକ୍ତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଏହି ଚୁକ୍ତି ଅନୁଯାୟୀ ଡିଜନୀ ଷ୍ଟାରର ନିୟନ୍ତ୍ରିତ ଷ୍ଟକ, ରିଲାଏନ୍ସକୁ ପ୍ରାୟ ୧୦ ଆରବ ଡଲାରରେ ମିଳିପାରେ।
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୱାର୍ଲଡ୍ ଡିଜନୀର ଇଣ୍ଡିଆ ସମ୍ପତ୍ତିର ମୂଲ୍ୟ ପ୍ରାୟ ୭ ରୁ ୮ ବିଲିୟନ ଡଲାରରେ ରଖିଛି ଏବଂ ଆସନ୍ତା ମାସରେ ଏହି ଡିଲ୍ ଘୋଷଣା କରାଯାଇପାରେ। ଏହି ଅଧିଗ୍ରହଣ ଅଧୀନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କିଛି ମିଡିଆ ୟୁନିଟ୍ ଡିଜନୀ ଷ୍ଟାର ସହିତ ମିଶ୍ରିତ ହୋଇପାରେ। ଏହି ଚୁକ୍ତିରେ ଡିଜନୀର ଅଧିକାଂଶ ଅଂଶ ରହିବ ବୋଲି ମଧ୍ୟ ଖବର ରହିଛି।
ଗତକାଲି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଆଇସିସି ବିଶ୍ୱକପ ମ୍ୟାଚରେ ଡିଜନୀ ଷ୍ଟ୍ରିମିଂ ପ୍ଲାଟଫର୍ମ ହଟଷ୍ଟାରରେ ରେକର୍ଡ ୪.୩ କୋଟି ଦର୍ଶକ ଦେଖିଥିଲେ, ଯାହା ଏକ ରେକର୍ଡ ସୃଷ୍ଟି କରିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିଶ୍ୱକପ ମ୍ୟାଚର ମୋଟ ଦର୍ଶକଙ୍କ ଅପେକ୍ଷା ଏହା ଅଧିକ, ଯାହାକୁ ହଟଷ୍ଟାରରେ ମୋଟ ୩.୫ କୋଟି ଲୋକ ଦେଖିଥିଲେ।