Latest Odisha News

BREAKING NEWS

ବ୍ୟବସାୟୀଙ୍କୁ ଛୁରାମାଡ ପରେ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ଦେବଗଡ: ଦେବଗଡ ତିଳେଇବଣ ବ୍ଲକ ସଦର ମହକୁମାରେ ଛୁରାମାଡ ଓ ଲୁଟ୍ । ଜଣେ ବ୍ୟବସାୟୀଙ୍କୁ ଛୁରା ମାଡ ପରେ ତାଙ୍କ ଠାରୁ ଟଙ୍କା ଲୁଟ ଘଟଣା ସାମ୍ନାକୁ ଆସିଛି । ବ୍ୟବସାୟୀ ଜଣଙ୍କ ହେଲେ ଦେବଗଡ ଖପରସାହି ଅଞ୍ଚଳର କୁନା ନାୟକ ।

ଖବରମୁତାବକ, ତିଳେଇବଣରେ ୨୭ ବର୍ଷୀୟ ବ୍ୟବସାୟୀ କୁନା ନାୟକ ସାପ୍ତାହିକ ବଜାରରେ ଏକ ଦୋକାନ କରିଛନ୍ତି । ଦିନ ଦ୍ୱିପ୍ରହରରେ ତାଙ୍କ ଦୋକାନ ବନ୍ଦ କରିବା ପରେ ସେ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସି ତାଙ୍କୁ ଅଟକାଇଥିଲେ । ଏହାପରେ ତାଙ୍କୁ ମାଡ କରିବାସହ ତାଙ୍କ ଠାରୁ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ ।

ତଳେ ପଡିଥିବା କୁନା ନାୟକଙ୍କ ପିଠିରୁ ପ୍ରବଳ ରକ୍ତସ୍ରାବ ଦେଖି ସ୍ଥାନୀୟ ଲୋକ ବ୍ୟବସାୟୀଙ୍କୁ ଦେଓଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ସ୍ଥିର ଥିବା କହିଛ୍ତି ଡାକ୍ତର । ସୂଚନାପାଇ ପୋଲିସ ଡାକ୍ତରଖାନା ଯାଇ ବ୍ୟବସାୟୀଙ୍କ ଠାରୁ ଘଟଣା ବିଷୟରେ ପଚରାଉଚରା କରିଛି । ଘଟଣାରେ ଏକ ମାମଲା ରୁଜୁ କରି ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ ।

Comments are closed.