ନୂଆଦିଲ୍ଲୀ: ଏବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓଟି ଖୁବ୍ ଭାଇରାଲ ହେଉଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଡ଼୍ରାଇଭର ସିଟ୍ରେ ବସିଛନ୍ତି ଜଣେ ଯୁବକ । ମୁଣ୍ଡରେ ହେଲମେଟ୍ ପିନ୍ଧିଛନ୍ତି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ । ତେବେ ବାସ୍ତବ କଥାଟି ହେଉଛି, ଡ଼୍ରାଇଭର ସିଟ୍ରେ ବସିଥିବା ଯୁବକ ଜଣକ ବାଇକ୍ ନୁହେଁ, ମଇଷିଁ ଉପରେ ସବାର ହୋଇଛନ୍ତି । କାଳେ ଖସିପଡ଼ିଲେ ମୁଣ୍ଡ ମାଡ଼ ହେବ ସେହି ଆଶଙ୍କାରେ ମୁଣ୍ଡରେ ହେଲମେଟ୍ ବି ପିନ୍ଧିଛନ୍ତି । ସାଧାରଣତଃ ଦେଖିବାକୁ ମିଳେ ଯେ, ବାଇକ୍ରେ ଯାଉଥିବା ଲୋକେ ହେଲମେଟ୍ ପିନ୍ଧିବାକୁ ଅନାଗ୍ରହୀ । ଏଥିପାଇଁ ପରିବହନ ବିଭାଗ ଜରିମାନା ରଖିଥିଲେ ବି ଅନେକ ତାକୁ ଖାତିର କରି ନ ଥାନ୍ତି । ସେଭଳି ସ୍ଥିତିରେ ମଇଁଷି ଉପରେ ବସି ହେଲମେଟ୍ ପିନ୍ଧିବା ପାଇଁ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ଏହି ଯୁବକ ଜଣକ ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ଗୋଟିଏ ମଇଁଷି ଉପରେ ବସି ଗହଳି ରାସ୍ତାରେ ଯାଉଛନ୍ତି । ଏହି ସମୟରେ ସେ ମୁଣ୍ଡରେ ହେଲମେଟ ମଧ୍ୟ ପିନ୍ଧିଛନ୍ତି । ପାଖରେ ଥିବା କିଛି ଲୋକ ଯୁବକଙ୍କ ଏହି କାରନାମାକୁ ଦେଖି ହସି ହିସି ତାଙ୍କର ଭିଡିଓ ଶୁଟ୍ କରୁଛନ୍ତି । ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ରିଲ୍ସ ପାଇଁ ଲୋକେ କେତେ ତଳକୁ ଖସି ପାରନ୍ତି ତାହା ଏଠାରେ ଦେଖିବାକୁ ମିଳିଛି ବୋଲି କେତେକ ଲୋକ କହିଛନ୍ତି । ସେହିପରି ଆଉ କିଛି ସିଟ୍ ବେଲ୍ଟ ଲଗାଇବାକୁ ପରାମର୍ଶ ଦେଇଛନ୍ତି ।
Comments are closed.