Latest Odisha News

BREAKING NEWS

ଅଲ ଜଜିରା ସାମ୍ବାଦିକ ଯୁଦ୍ଧ ଘଟଣାର ଲାଇଭ କରୁଥିଲେ , ସେପଟେ ବୋମା ମାଡରେ ଶେଷ ହାେଇଗଲା ପୂରା ପରିବାର

ନୂଆଦିଲ୍ଲୀ:ଗାଜାରୁ ଆସିଲା ଦୁଃଖଦ ଖବର । ଅଲ ଜଜିରାର ରିପୋର୍ଟର  ଯୁଦ୍ଧ ଘଟଣାର କଭରେଜ କରୁଥିବାବେଳେ ବୋମା ମାଡରେ ପରିବାରର ସମସ୍ତ ସଦସ୍ୟ ମୃତ୍ୟୁ ବରଣ କରଛନ୍ତି । ଇସ୍ରାଏଲ ଯୁଦ୍ଧରେ ହଜାର ହଜାର ଲୋକଙ୍କ ଜୀବନ ଗଲାଣି । ଶହଶହ ପରିବାର ବରଦବାଦ ହେଇଗଲାଣି । ତଥାପି ଯୁଦ୍ଧ ଥମିବାର ନାଁ ନେଉନି । ଏ ସବୁ ହୃଦୟ ବିଦାରକ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରୁ କରୁ  ସେପଟେ ପୁରା ପରିବାର ତାଙ୍କର ନିଃଶେଷ ହୋଇଗଲା । ଅଲଜଜିରା ସାମ୍ବାଦିକଙ୍କ ପତ୍ନୀ, ପୁଅ ଏବଂ ଝିଅ ସମେତ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି ।

ସବୁଠାରୁ ଦୁଃଖଦ କଥା ହେଉଛି, ଯେତେବେଳେ ସେ ତାଙ୍କର ପରିବାରର ଏପରି ଦୁଃଖଦ ଖବର ପାଇଲେ ଠିକ ସେତିକି ବେଳେ ସେ ଯୁଦ୍ଧର ଲାଇଭ ବ୍ରଡକାଷ୍ଟ କରୁଥିଲେ । ଏହି ଖବର ଶୁଣିବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ।

ଏହି ସୂଚନା ବୁଧବାର ନେଟୱର୍କ ଦିନ ଦିଆଯାଇଛି । ନେଟୱର୍କ ସହ ଏକ ସାକ୍ଷାତକାର ସମୟରେ ସାମ୍ବାଦିକ ଜଣକ କହିଛନ୍ତି, ମହିଳା ଏବଂ ପିଲାମାନେ ବହୁତ ଅତ୍ୟାଚାରର ଶିକାର ହେଉଛନ୍ତି ।

ସାମ୍ବାଦିକ ଭାଏଲ ଅଲ ଦହଦୌହ କହିଛନ୍ତି, ଲୋକଙ୍କ ଘର ଉପରେ ବୋମାମାଡ କରାଯାଉଛି । ୫୩ ବର୍ଷୀୟ ସାମ୍ବାଦିକ ଦହଦୌହ ଅଲ ଜଜିରାର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଅଟନ୍ତି । ସେ କହିଛନ୍ତି, ‘ଏହା ଆମର ଭାଗ୍ୟ । ଆମର ପସନ୍ଦ ଏବଂ ଧୈର୍ଯ୍ୟ ଅଛି  । ତେଣୁ ଆମେ ଏଠାରେ ରହିଛୁ  । ଆମେ ଏହି ରାସ୍ତାରୁ ହଟିବୁ ନାହିଁ ।

Comments are closed.