Latest Odisha News

BREAKING NEWS

ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ଓଡ଼ିଶାରୁ ନେବେ ବିଦାୟ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରୁ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଭବନ ଯାଇ ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତ। ତାଙ୍କର କାର୍ଯ୍ୟକାଳକୁ ପ୍ରଶଂସା କରିବା ସହ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

ପ୍ରଫେସର ଗଣେଶୀଲାଲଙ୍କ କାର୍ଯ୍ୟକାଳ ୨୦୨୩ ମେ’ ମାସରୁ ଶେଷ ହୋଇଥିଲେ ମଧ୍ୟ ସେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ। ପ୍ରଫେସର ଗଣେଶୀଲାଲ ପ୍ରାୟ ୫ ବର୍ଷ ୫ ମାସ ଧରି ରାଜ୍ୟପାଳ ଦାୟିତ୍ୱ ତୁଲାଇଛନ୍ତି। ସାଧାରଣ ଜୀବନ ଅତିବାହିତ କରୁଥିବା ପ୍ରଫେସର ଗଣେଶୀ ଲାଲ ସବୁବେଳେ ଲୋକଙ୍କ ସହ ମିଶିବାକୁ ପସନ୍ଦ କରୁଥିଲେ। ଓଡିଆ ଭାଷା, ସଂସ୍କୃତି ପ୍ରତି ଗଭୀର ଭାବେ ଆକୃଷ୍ଟ ହୋଇଥିଲେ ଗଣେଶୀ ଲାଲ।

ଅନ୍ୟପଟେ ଓଡ଼ିଶା ରାଜ୍ୟପାଳ ଭାବେ ଆସନ୍ତା ୩୧ ତାରିଖରେ ବରିଷ୍ଠ ବିଜେପି ନେତା ରଘୁବର ଦାସ ଦାୟିତ୍ୱ ଗ୍ରହଣ କରିବେ। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ତାଙ୍କୁ ଓଡ଼ିଶାର ୨୬ ତମ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରଘୁବର ଦାସ ଆସନ୍ତା ୨୯ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୧୮ ତାରିଖରେ ତାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ସେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସ୍ଥାନରେ କାର୍ଯ୍ୟ କରିବେ।

Comments are closed.