ମୁମ୍ବାଇ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ନିଜର ରାଜନୈତିକ କ୍ୟାରିଅରରେ ସର୍ବଦା ଶୀର୍ଷରେ ରହି ଆସିଛନ୍ତି। ସେ ତାଙ୍କର ଶୈଳୀ ହେଉ କିମ୍ବା ରାଜନୀତିରେ ତାଙ୍କର କୌଶଳ, ସବୁ ବିଷୟରେ ସେ ପାରଦର୍ଶୀ। ବର୍ତ୍ତମାନ ଲାଲୁଙ୍କ ବିଷୟରେ ଏକ ବଡ଼ ଖବର ଆସିଛି। ଭାରତୀୟ ରାଜନୈତିକ କ୍ୟାରିୟରରେ ଲାଲୁ ପ୍ରସାଦ ଯାଦବଙ୍କର ଏକ ସ୍ବତନ୍ତ୍ର ଶୈଳୀ ଅଛି। ଏବେ ଲାଲୁ ଯାଦବଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି, ଯାହା ତାଙ୍କ ଜୀବନ ବିଷୟରେ ଖୋଲାଖୋଲି ଭାବେ ଦର୍ଶାଇବ।
ଯେତେବେଳେ ଆରଜେଡି ମୁଖପାତ୍ର ଚିତ୍ତରଂଜନ ଗଗନଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ କହିଥିଲେ, ‘ଯଦି ଫିଲ୍ମ ନିର୍ମାଣ ହେଉଛି ତେବେ ଏହା ଏକ ଭଲ କଥା। ଆମ ଦେଶର ଲୋକମାନେ ଲାଲୁ ପ୍ରସାଦ ଯାଦବଙ୍କ ଜୀବନ ବିଷୟରେ ଜାଣିବାକୁ ଆଗ୍ରହୀ। ଏହାପୂର୍ବରୁ ମଧ୍ୟ ତାଙ୍କ ଉପରେ ଅନେକ ପୁସ୍ତକ ଏବଂ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରୀୟ ଜନତା ପାର୍ଟି ଏହି ସୂଚନା ଦେଇଛି। ଗତ ୫-୬ ମାସ ଧରି ଲାଲୁଙ୍କ ବାୟୋପିକ୍ ଉପରେ କାମ ଚାଲିଛି। ନିକଟ ସୂତ୍ର ଅନୁଯାୟୀ ପ୍ରକାଶ ଝାଙ୍କ ପ୍ରଡକ୍ସନ ହାଉସ ଦ୍ୱାରା ପ୍ରସ୍ତୁତ ହେବାକୁ ଯାଉଛି ଏହି ଫିଲ୍ମ। ଆହୁରି ମଧ୍ୟ ଖବର ରହିଛି, ତେଜସ୍ବୀ ପ୍ରସାଦ ଏହି ଫିଲ୍ମରେ ଟଙ୍କା ବିନିଯୋଗ କରୁଛନ୍ତି ଏବଂ ସେ ଏଥିପାଇଁ ଟଙ୍କା ମଧ୍ୟ ଦେଇଛନ୍ତି। ବର୍ତ୍ତମାନ ଫିଲ୍ମରେ ଷ୍ଟାରକାଷ୍ଟକୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ସୂତ୍ରରୁ ପ୍ରକାଶ ଯେ ଫିଲ୍ମର କାଷ୍ଟିଂ କେବଳ ହିନ୍ଦୀ ସିନେମାରୁ ହେବ। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ସୁଦ୍ଧା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏଥିସହିତ ଏକ ଖବର ମଧ୍ୟ ଆସୁଛି ଯେ ତିଆରି ହେବାକୁ ଥିବା ବାୟୋପକର ନାମ ଲାଲଟେନ ରଖାଯିବ।
Comments are closed.