Latest Odisha News

BREAKING NEWS

ସଙ୍ଗୀତ ନିର୍ଦ୍ଦେଶକ ସ୍ଵରୁପ ନାୟକଙ୍କ ଦେହାନ୍ତ, ଦୀର୍ଘଦିନ ଧରି କ୍ୟାନ୍ସର ରୋଗରେ ପୀଡିତ ଥିଲେ

କଟକ: ପରଲୋକରେ ଓଡିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ । ଦୀର୍ଘଦିନ ଧରି କ୍ୟାନ୍ସର ରୋଗରେ ପୀଡିତ ଥିଲେ ସ୍ୱରୂପ । କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ପରଲୋକରେ ସାରା ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା । ୧୯୪୭ ଫେବୃଆରୀ ୮ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ ସ୍ୱରୂପ ନାୟକ । ଜଣେ ଓଡ଼ିଆ କଥାଚିତ୍ର ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଭାବେ ସେ ଥିଲେ ବେଶ୍ ଜଣାଶୁଣା । ଓଡ଼ିଆ ଅଭିନେତ୍ରୀ ପାର୍ବତୀ ଘୋଷ ଓ ଓଡ଼ିଆ କଥାଚିତ୍ର ସଙ୍ଗୀତକାର ସାରଦା ପ୍ରସନ୍ନ ନାୟକତାଙ୍କ ଭାଇ ଥିଲେ ସ୍ଵରୂପ ।

ସ୍ୱରୂପ, ମୋଟ ୪୧ଟି ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି କଥାଚିତ୍ରରେ ଗୀତ ରଚନା, ୬ଟି କଥାଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକ ଓ ୬ଟି କଥାଚିତ୍ରରେ ଅଭିନୟ କରିଛନ୍ତି । ୧୯୬୨ ମସିହାରେ ଜୟଦେବ କଥାଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ସେ ଅଭିନୟ ଆରମ୍ଭ କରିଥିଲେ । ୧୯୮୪ ମସିହାର ହୀରାନୀଳା କଥାଚିତ୍ର ଥିଲା ସଙ୍ଗୀତକାର ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର । ଏହା ସହ ସହର ଜଳୁଛି, ଲାଲ୍‌ ପାନ୍ ବିବି, ଉଦଣ୍ଡୀ ସୀତା, ସିନ୍ଦୂର ନୁହେଁ ଖେଳଘର, ମନ ରହିଗଲା ତୁମଠାରେ, ପୁଅ ମୋର ଭୋଳା ଶଙ୍କର, ଆଇ ଲଭ୍‌ ୟୁ, ଶାଶୁ ଘର ଚାଲିଯିବି, ଜୀବନ ମୃତ୍ୟୁ ଓ କଥାନ୍ତର ଭଳି ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

 

 

Comments are closed.