Latest Odisha News

BREAKING NEWS

ନିଶାସକ୍ତ ଭାବେ ଗାଡି ଚଳାଇ ନିଲମ୍ବିତ ହେଲେ ପୋଲିସ ବାବୁ

ମୟୂରଭଞ୍ଜ: ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇ ଦୁର୍ଘଟଣା ଘଟାଇଥିବା ଏସଆଇ ଶୁଭେନ୍ଦୁ ବେହୋରାଙ୍କୁ ସୋମବାର ଦିନ ମୟୂରଭଞ୍ଜ ଏସପି ନିଲମ୍ବିତ କରିଛନ୍ତି ।

ଶୁଭେନ୍ଦୁ ଉଦଳା-କପ୍ତିପଦା ରାସ୍ତାରେ ଅତ୍ୟନ୍ତ ବିଶୃଙ୍ଖଳ ଭାବେ ଗାଡି ଚଳାଉଥିଲେ । ଏହି ସମୟରେ ସ୍ଥାନୀୟ ପେଟ୍ରୋଲ ପମ୍ପ ନିକଟରେ ସେ ଏକ ସ୍କୁଟିକୁ ଧକ୍କା ଦେଇଥିଲେ । ସ୍କୁଟିରେ ଯାଉଥିବା ପ୍ରଭାଞ୍ଜନ ପରିଡା ଓ ସତ୍ୟଜିତ ନାଏକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଏହାପରେ ସେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ କୃଷକ ବଜାର ଛକ ନିକଟରେ ତାଙ୍କ କାର୍ ଏକ ଇଲେକ୍ଟ୍ରିକ୍ ପୋଲକୁ ଧକ୍କା ଦେଇଥିଲା । ସେଠାରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିନେଇଥିଲେ।

ପରବର୍ତ୍ତୀ ସମୟରେ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଏସଆଇଙ୍କୁ ଥାନାକୁ ନେଇଥିଲା।

ଏସଆଇ ଶୁଭେନ୍ଦୁ ବେହେରା ବାରିପଦା ହେଡ୍ କ୍ୱାର୍ଟସରେ କାର୍ଯ୍ୟରତ ଥିବା ନେଇ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.