Latest Odisha News

BREAKING NEWS

ଭାଷା ଭାଗବତ : ମତର ମୂଲ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ

 

ମତ ହେଲେ ହେଁ ପ୍ରଚାରିତ

ପ୍ରଭାବ ପଡ଼େନି ବହୁତ

ଅବସ୍ଥା ଏବେ ଶୋଚନୀୟ

କିଏ ରୋକିବ ଅବକ୍ଷୟ

 

ସଭିଏଁ ଲଂଘିଲେ ପରିଧି

ଭୋଗଂତି ମାରାତ୍ମକ ବ୍ୟାଧି

ଥିଲେ ହେଁ ସ୍ପଷ୍ଟ ପ୍ରତିକାର

ଧ୍ୟାନ ତ ଯାଉନି କାହାର

 

ଜ୍ଞାନୀଏ ହେଲେ ଅସହାୟ

ଅବଶ୍ୟ ଘଟେ ବିପର୍ଯୟ

ଜୟ ଅଥବା ପରାଜୟ

ନିର୍ମୂଲ୍ୟ ହୁଅଇ ଉଭୟ

 

ପ୍ରତ୍ୟକ୍ଷାନୁଭୂତିକୁ ଉପେକ୍ଷା

କରିବା ପ୍ରବୃତ୍ତି ଅବିକା

ହେବାରୁ ଅତ୍ୟଂତ ପ୍ରବଳ

ମତରୁ ମିଳୁନି ସୁଫଳ

 

ତ୍ରୁଟ୍ୟାଦି କରିଲେ ସ୍ବୀକାର

ହୁଏନି ବେଶି ବ୍ୟବହାର

ଅଭ୍ୟାସ ସହ ଥିଲେ ଲାଖି

ଲେଖକ ହୁଏ ଅବିବେକୀ

 

ଭାବନା ହେଲେ ହେଁ ନିଜସ୍ବ

ଭାଷାରେ କରିଲେ ପ୍ରକାଶ

ଶବ୍ଦାଦି ହେଲେ ସମରୂପ

ସାହିତ୍ୟ ପାଏନାହିଁ ଲୋପ

 

ଯାହା ନୁହଇ ନିଜ ସ୍ବର

ତାହା କହିଲେ ବାରଂବାର

ଏମିତି ଚର୍ଚା କରି କରି

ଯିବ ଜୀବନ ଦିନେ ସରି

 

‘ ପରାନୁଗତ୍ୟ ନୁହେ ଗୁଣ ‘

ଏ ସତ୍ୟ ଲୋଡ଼େନି ପ୍ରମାଣ

ସାହିତ୍ୟାଗ୍ରହୀ ଜନଗଣ

ଏବେ ହୁଅଂତୁ ସତ୍ୟାସୀନ

 

କର୍ତବ୍ୟ ସାରିବା ପର୍ଯଂତ

ନ ହୋଇ ବ୍ୟସ୍ତ ବା ବିବ୍ରତ

ସୁସ୍ଥିର ରଖି ନିଜ ମନ

କରୁଛିଁ ଭାବନା ଲିଖନ

 

ଲୁଚାଇ ରଖିଲେ ବିଚାର

ହେବ ତା’ ଆତ୍ମ-ଅତ୍ୟାଚାର

ତେଣୁ କରୁଛିଁ ଲିପିବଦ୍ଧ

ଦୁଶ୍ଚିଂତା, ଆଶଂକା, ଆନଂଦ

 

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments are closed.