Latest Odisha News

BREAKING NEWS

ନୂଆ ରୂପରେ ରାଜଧାନୀ ପଥ ଉତ୍ସବ, ଫୋକସ୍ ରେ ‘ମୋ ଭୋଟ ମୋ ସମ୍ମାନ’

ଭୁବନେଶ୍ୱର: ପୁଣି ଫେରିଲା ପଥ ଉତ୍ସବ । ଭୋଟର ସଚେତନତା ପାଇଁ ରାଜଧାନୀରେ ଆରମ୍ଭ ହୋଇଛି ପଥ ଉତ୍ସବ । ଭୋଟରଙ୍କୁ ସଚେତନ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆୟୋଜନ କରାଯାଇଛି ପଥ ଉତ୍ସବ । ଭୁବନେଶ୍ୱର ଜନପଥରେ ଏହି ପଥ ଉତ୍ସବ କରାଯାଇଛି । ରଙ୍ଗୋଲି, ଝୋଟି, ନାଚଗୀତ ସହ କୁଇଜ ଆଦି ପ୍ରତିଯୋଗିତାମାନ ଆୟୋଜନ କରାଯାଇଛି ।

BjdElectrycity

ପଥ ଉତ୍ସବ, ମୋ ଭୋଟ ମୋ ସମ୍ମାନ ସହିତ ନୂତନ ଭୋଟରଙ୍କୁ ଅଭିନନ୍ଦନ ଜଣାଯାଇଛି । ଏନେଇ ୱାକାଥନ୍ ଓ ପଥ ଉତ୍ସବ ନିର୍ବାଚନ କମିଶନଙ୍କ ପକ୍ଷରୁ ଆୟୋଜିତ କରାଯାଉଛି । ସେହିପରି ଏହି ଉପଲକ୍ଷେ ରଙ୍ଗୋଲି, ଝୋଟି, ଡ୍ୟାନ୍ସ, କୁଇଜ ସହିତ ଅନ୍ୟାନ୍ୟ ପ୍ରତିଯୋଗିତା ସକାଳ ୭.୩୦ ରୁ ଆରମ୍ଭ ହୋଇ ୧୦ ଘଟିକା ପର୍ଯ୍ୟନ୍ତ ହୋଇଛି ।

ରାମ ମନ୍ଦିରଠୁ ମାଷ୍ଟରକ୍ୟାଣ୍ଚିନ୍ ପର୍ଯ୍ୟନ୍ତ ରାସ୍ତାକୁ ସୁସଜ୍ଜିତ କରାଯାଇଛି । ମୋ ଭୋଟ ମୋ ସମ୍ମାନ ସହିତ ନୂଆ ଭୋଟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଏହି ଅବସରରେ ଏକ ପଦଯାତ୍ରାର ଆୟୋଜନ ମଧ୍ୟ କରାଯାଇଛି ।

Leave A Reply

Your email address will not be published.