ନୂଆଦିଲ୍ଲୀ : ଭାରତୀୟ ପ୍ରାଚୀନ ଧର୍ମଗ୍ରନ୍ଥରେ ମୁନି ରୁଷି ମାନେ ହଜାର ହଜାର ବର୍ଷ ଧରି ତପସ୍ୟା କରୁଥିବା ଉଲ୍ଲେଖ ରହିଛି । ଶହେ ବର୍ଷ ଆୟୁଷର ମନୁଷ୍ୟ କିପରି ଏତେ ବର୍ଷ ଧ୍ୟାନରେ ରହିପାରିବ , ତାହା ସମସ୍ତଙ୍କୁ ଏବେବି ଆଚମ୍ବିତ କରୁଛି । ତିଦ୍ଦତରେ ଜଣେ ସନ୍ଥ ଗତ ୫୫୦ ବର୍ଷ ହେଲା ଧ୍ୟାନ ମଗ୍ନ ରହିଛନ୍ତି । ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସେ କିଛି ଖାଇବା ପିଇବା କରୁନାହାନ୍ତି କିନ୍ତୁ ତାଙ୍କ ଶରୀର ସତେଜ ରହିବା ସାଙ୍ଗକୁ ତାଙ୍କ ନଖ ଓ ଚୁଟି ବଢୁଛି । ତିଦ୍ଦତଠାରୁ ମାତ୍ର ୨ କିଲୋମିଟର ଦୂରରେ ରହିଛି ଲାହୁଲ ସ୍ପିତିର ଗିୟୁ ଗାଁ । କିଛି ବର୍ଷ ପୂର୍ବେ ଏକ ସ୍ତୁପ ତଳୁ ମମି ଉଦ୍ଧାର କରାଯାଇଥିଲା । ତାହା ଜଣେ ସନ୍ଥ ଙ୍କର ଥିଲା ।
ଯେତେ ବେଳେ ଲୋକମାନେ ତାଙ୍କ ଚୁଟି ଏବଂ ନଖ ବଢୁଥିବା ଦେଖିବାକୁ ପାଇଲେ , ସେତେବେଳେ ଜାଣିବାକୁ ପାଇଲେ ସେ ଜୀବିତ ଅଛନ୍ତି । କୁହାଯାଏ ବହୁତ ବର୍ଷ ତଳେ ଏହି ଗାଁରେ ଏକ ବିତ୍ପାତ ଦେଖିବାକୁ ମିଳିଥିଲା । ବିଚ୍ଛା ମାଟି ତଳୁ ବାହାରୁ ଥିବାରୁ ଲୋକେ ବହୁତ୍ ହଇରାଣ ହେଉଥିଲେ । ସେତିକି ବେଳେ ଗାଁ ଲୋକଙ୍କୁ ବିଚ୍ଛା କବଳରୁ ରକ୍ଷା କରିବା ପାଇଁ ସନ୍ଥ ଜଣଙ୍କ ଧ୍ୟାନ ମଗ୍ନ ହୋଇଥିଲେ , ଆଉ ସେବେଠୁ ସେ ଧ୍ୟାନ ମଗ୍ନ ରହିଛନ୍ତି । ଶହ ଶହ ବର୍ଷ ବିତିଗଲାଣି ଗାଁ ବଦଳି ଗଲାଣି , କେତେ ଲୋକ କେଉଁଆଡେ ଗଲେଣି କିନ୍ତୁ ସେହି ସନ୍ଥ ଆଜି ବି ମାଟି ତଳେ ଗାଁକୁ ଜଗି ରହିଛନ୍ତି ।
Comments are closed.