କୋରାପୁଟ: କୋରାପୁଟ ଜିଲ୍ଲାରେ କିଛି ଦୁର୍ବୃତ୍ତ ପଞ୍ଚାୟତ କାର୍ଯ୍ୟାଳୟରୁ ଲୁଟ୍ କରିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଲୁଟପାଟ ପଛରେ ସ୍ଥାନୀୟ ଲୁଟେରାଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଶନିବାର ରାତିରେ ହୋଇଥିବା ଏହି ଲୁଟର ଅଭିଯୁକ୍ତକୁ ପୋଲିସ ଏଯାବତ ବିଫଳ ରହିଛି।
ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବଡସରାପାଲି ପଞ୍ଚାୟତର କାର୍ଯ୍ୟାଳୟ କୋଠା ନିର୍ମାଣ କାମ ଚାଲିଥିବା ବେଳେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ଅଙ୍ଗନବାଡି କେନ୍ଦ୍ରରେ ପଞ୍ଚାୟତ ଅଫିସରେ ଏକ ଅସ୍ଥାୟୀ ସ୍ଥାନରେ ଚାଲୁଥିଲା। ଶନିବାର ରାତିରେ ଦୁର୍ବୃତ୍ତମାନେ ଅସ୍ଥାୟୀ ପଞ୍ଚାୟତ ଅଫିସରେ ପଶି ଏଲଇଡି ଟିଭି, କମ୍ପ୍ୟୁଟର, ସିସିଟିଭି କ୍ୟାମେରା ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ଏହାସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଚୋରି କରିନେଇଛନ୍ତି।
ରବିବାର ପୂର୍ବାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟରେ ପିଅନ ଅଫିସରେ ପହଞ୍ଚିବା ପରେ ଚୋରି ହୋଇଥିବା ଜଣାପଡ଼ିଥିଲା। ତାଲା ଭଙ୍ଗା ହୋଇଥିବା ବେଳେ ମୂଲ୍ୟବାନ ସାମଗ୍ରୀ ନଥିବା ସେ ଦେଖିବାକୁ ପାଇଥିଲେ।
ଏନେଇ ସେ ତୁରନ୍ତ ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ କରିବା ସହ ସରପଞ୍ଚଙ୍କୁ ଜଣାଇଥିଲେ। ବନ୍ଧୁଗାଁ ଥାନାରୁ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ସହ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତଦନ୍ତ ଓ ତନାଘନା ଜାରି ରଖିଛି। ପଞ୍ଚାୟତ ଅଫିସ ଗୃହ ନିର୍ମାଣ କାମ ଶୀଘ୍ର ଶେଷ କରିବା ସହ ଦୁର୍ବୃତ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Comments are closed.