Latest Odisha News

BREAKING NEWS

ପ୍ରବଳରୁ ଅତି ପ୍ରବଳ ବର୍ଷା: ୧୯ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୯ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ମୟୁରଭଞ୍ଜ, କଟକ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ନୟାଗଡ, ଗଞ୍ଜାମ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଓ ଦେବଗଡ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ରାତି ୭ଟା ୧୫ମି. ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.