ଦିନକୁ କରନ୍ତି ୫ କୋଟିର ଦାନ… କିଏ ଏହି ଦାନବୀର, କ’ଣ ତାଙ୍କର ଆୟର ଉତ୍ସ?
ଭାରତର ନାମୀଦାମୀ ଶିଳ୍ପପତୀ ଶିବ ନାଦର ବର୍ଷକୁ ୨୦୪୩ କୋଟି ଟଙ୍କା ଦାନ କରିଛନ୍ତି । ସେ ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଟଙ୍କା ସୋସିଆଲ ୱାର୍କରେ ଖର୍ଚ୍ଚ କରିଛନ୍ତି । ସେ ଭାରତର ତୃତୀୟ ଶିଳ୍ପପତୀ ଯାହାଙ୍କର ସମ୍ପତି ୨୯.୦୩ ଅରବ ଡଲାର ଅଟେ । ସେ ଶିବ ନାଦର ଫାଉଣ୍ଡେସନ ମଧ୍ୟମରେ ଶିକ୍ଷା, ସ୍ଵାସ୍ଥ୍ୟ ଏବଂ ସାମାଜିକ ସଚେତନତା ନିମନ୍ତେ ଦାନ କରନ୍ତି ।
ନୂଆଦିଲ୍ଲୀ: ଅଳ୍ପ ହେଉ କି ବହୁତ, ଟଙ୍କା ପଇସା ତ ପ୍ରାୟ ସମସ୍ତେ ରୋଜଗାର କରିଥାନ୍ତି । କିନ୍ତୁ ରୋଜଗାର କରିଥିବା ଟଙ୍କାର ଅଧା ଅଂଶ ଦାନ କାର୍ଯ୍ୟରେ ଖର୍ଚ୍ଚ କରୁଥିବା ଲୋକଙ୍କ ସଂଖ୍ୟା କମ ନୁହେଁ, ହୁଏତ ବିରଳ । ଏକଥା ସତ ଯେ, ଆମ ଦେଶରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ରୋଜଗାରରୁ ଦାନ କରନ୍ତି । ହେଲେ ଏତେ ଟଙ୍କା ଦାନ… ! ଦିନକୁ ୫ କୋଟି ! ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ନା । ଆଜ୍ଞା ହଁ, ଏଇଟା ହିଁ ସତ୍ୟ ।
ହୁରୁନ ଇଣ୍ଡିଆ (Hurun India) ଓ ଏଡେଲଗିବ ଦ୍ଵାରା ଭାରତର ସର୍ବାଧିକ ଦାନ କରୁଥିବା ବ୍ୟକ୍ତି ତାଲିକା ପ୍ରକାଶ କରାଯାଇଛି । ଏଡେଲଗିବ ଓ ହୁରୁନ ଇଣ୍ଡିଆ ପରୋପକାର ୨୦୨୩ର ତାଲିକାର ଶୀର୍ଘରେ ଅଛନ୍ତି ଶିଳ୍ପପତି ଶିବ ନାଦର । ସେ ଦିନକୁ ୫କୋଟିର ଦାନ କରିଥାନ୍ତି । ସେ ପ୍ରତ୍ୟକ ଦିନ ସାଢେ ପାଞ୍ଚ କୋଟି ଓ ବର୍ଷକୁ ୨୦୪୩ କୋଟି ଦାନ କରିଥାନ୍ତି ।
ପୁଣି ଥରେ HCL ଫାଉଣ୍ଡର ଶିବ ନାଦର ସବୁଠାରୁ ବଡ ଦାନବୀର ତାଲିକାର ଶୀର୍ଷରେ ଅଛନ୍ତି । ଶିବ ନାଦର ଓ ତାଙ୍କର ପୁରା ପରିବାର ପ୍ରତ୍ୟକ ଦିନ ସାଢେ ପାଞ୍ଚ କୋଟିର ଦାନ କରିଥାନ୍ତି । ଗତବର୍ଷ ମଧ୍ୟ ଶିବ ସବୁଠାରୁ ବଡ ଦାନବୀର ତାଲିକାର ଶୀର୍ଷରେ ଥିଲେ । ଗତବର୍ଷ ଅର୍ଥାତ୍ ୨୦୨୨ରେ ସେ ୧୧୬୧ କୋଟି ଟଙ୍କା ଦାନ କରିଥିଲେ । କିନ୍ତୁ ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ତାଙ୍କର ଦାନ ପାଖାପାଖି ଗତବର୍ଷ ତୁଳନାରେ ଦୁଇ ଗୁଣା ବୃଦ୍ଧି ପାଇଛି । ଚଳିତବର୍ଷ ଶିବ ନାଦର ଅକ୍ଟୋବର ଶେଷ ସୁଦ୍ଧା ୨୦୪୩ କୋଟି ଟଙ୍କା ସୋସିଆଲ ୱାର୍କରେ ଦାନ କରିଛନ୍ତି ।
ଲାଇମଲାଇଟ ଓ ମିଡିଆରୁ ଦୁରରେ ରହୁଥିବା ଶିବ ଅତ୍ୟନ୍ତ ସାଧାସିଧା ଭାବରେ ଜୀବନ ଅତିବାହିତ କରୁଥିବା ବେଳେ ନିଜ ରୋଜଗାରର ଏକ ମୋଟା ଅଂଶ ଦାନରେ ଖର୍ଚ୍ଚ କରିଥାନ୍ତି । ଭାରତର ତୃତୀୟ ଧନୀ ଶିବ ନାଦର ଏସିଆ ମହାଦେଶର ସବୁଠାରୁ ବଡ ଧନୀ । ତାଙ୍କ ପାଖରେ ଥିବା ସମ୍ପତିର ମୁଲ୍ୟ ୨୯.୦୩ ଅରବ ଡଲାର ଅଟେ ।
୧୯୭୬ ମସିହାରେ HCL ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଶିବ ନାଦର ୪ ଦଶନ୍ଧିରୁ ଅଧିକ ସମୟ ଧରି ମୁଖ୍ୟ ଦାୟିତ୍ୱରେ ଇଥିଲେ | ଏହା ପରେ ସେ କମ୍ପାନୀର ଦାୟିତ୍ଵ ତାଙ୍କ ଝିଅ ରୋଶନି ନାଦର ମାଲହୋତ୍ରାଙ୍କୁ ଦେଇଥିଲେ । HCL କମ୍ପାନୀ ଯାହା ଦେଶକୁ ପ୍ରଥମ ସ୍ୱଦେଶୀ କମ୍ପ୍ୟୁଟର ଯୋଗାଇଥିଲା । କମ୍ପାନୀରେ ନାଦର ପରିବାରର ଅଂଶଧନ ପାଖାପାଖି ୬୦ ପ୍ରତିଶତ ଥିଲା ।
ସେ ଯେତିକି ରୋଜଗାର କରନ୍ତି ସେତିକି ଦାନ ବି କରନ୍ତି । ଏଥିପାଇଁ ସେ ୧୯୯୪ ମସିହାରେ ଶିବ ନାଦର ଫାଉଣ୍ଡେସନ ଆରମ୍ଭ କରିଥିଲେ । ଏହି ଫାଉଣ୍ଡେସନ ସାହାଯ୍ୟରେ ସେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ସଚେତନତା ପାଇଁ କୋଟି କୋଟି ଟଙ୍କା ଦାନ କରିଥାନ୍ତି ।
ହୁରୁନ ଇଣ୍ଡିଆ (Hurun India) ଓ ଏଡେଲଗିବ ଦ୍ଵାରା ପ୍ରକାଶିତ ଏହି ତାଲିକାରେ ଶିବ ନାଦରଙ୍କ ସହ ୱିପ୍ରୋ ପ୍ରତିଷ୍ଠାତା ଅଜିଜ ପ୍ରେମଜୀ, ନିଖିଲ କାମାଥ, ରୋହିନୀ ନୀଲେକାନି, ମୁକେଶ ଅମ୍ବାନୀଙ୍କ ସମେତ ଅନେକ ଶିଳ୍ପପତିଙ୍କ ନାମ ମଧ୍ୟ ରହିଛି ।
Comments are closed.