ପୁରୀ:ପୁରୀରୁ ସତ୍ୟବାଦୀ ଥାନା ଅଞ୍ଚଳରୁ ଜବତ ହୋଇଛି ୨୦ଲକ୍ଷ ଟଙ୍କାର ବ୍ରାଉନସୁଗର। ଅବକାରୀ ବିଭାଗର ମୋବାଇଲ୍ ୟୁନିଟ୍ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ସତ୍ୟବାଦୀ ଥାନା ବଡ଼କଞ୍ଜିଆ ଗ୍ରାମର ପ୍ରମୋଦ ଭୋଇ ଏବଂ ସୁବାଷ ନାୟକ।
ଅବକାରୀ ବିଭାଗର ଚଢ଼ଉରେ ଗୋଟିଏ ଦିନରେ ଦୁଇଟି ଜାଗାରୁ ୧୯୬ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଛି । ଦୁଇ ଅଭିଯୁକ୍ତ ଗୋଟିଏ ଗ୍ରାମର ହୋଇଥିବାରୁ ଏହି ଅଞ୍ଚଳରେ ବ୍ରାଉନ ସୁଗର ରାକେଟ୍ ସକ୍ରିୟ ଥିବା ସନ୍ଦେହ କରାଯାଉଛି।
ତେବେ ଜବତ ବ୍ରାଉନସୁଗର କେଉଁଠୁ ଆସିଲା ଓ ଏଥିରେ ଆଉ କିଏ ସମ୍ପୃକ୍ତ ରହିଛି ତାହାର ତଦନ୍ତ କରୁଛି ଅବକାରୀ ବିଭାଗ।
