ଭୁବନେଶ୍ୱର: ଗିରଫ ହେଲେ ଟୁଟୁ ନାୟକ । ମହିଳା ସାମ୍ବାଦିକଙ୍କୁ ମାଡ ମାରିଥିବା ଅଭିଯୋଗରେ ଗିରଫ କଲା ଖାରବେଳ ନଗର ଥାନା ପୋଲିସ । ଆଜି ତାଙ୍କୁ ଥାନାକୁ ଆଣି ଜେରା କରୁଥିଲା । ଏହା ପରେ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି, ଜୋନ୍-୪ ଏସିପି ମାନସ ଗଡ଼ନାୟକ । ମହିଳା ସାମ୍ବାଦିକାଙ୍କୁ ମାଡ ସମ୍ପର୍କରେ ଟୁଟୁଙ୍କୁ ଜେରା କରିବା ପରେ ତାଙ୍କୁ ଗିରଫ କରିଛି ଖାରବେଳନଗର ପୋଲିସ ।
ସାମ୍ବାଦିକାଙ୍କୁ ମାଡ ଘଟଣା ବିବାଦୀୟ ରୂପ ନେଉଥିବାବେଳେ ଆଜି ଟୁଟୁ ନାୟକଙ୍କୁ ଖାରବେଳନଗର ପୋଲିସ ଥାନାରେ ଜେରା କରୁଥିଲା । ତେବେ ଟୁଟୁ ନାୟକ ନିଜେ ଆସି ନାହାନ୍ତି, ତାଙ୍କୁ ଅଣା ଯାଇଛି ବୋଲି ପୋଲିସ କହିଥିଲା ।
ଏପଟେ ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ । ଘଟଣା ସମ୍ପର୍କରେ ପୋଲିସ କମିଶନରଙ୍କୁ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ।
ଅନ୍ୟପକ୍ଷେ ମହିଳା ସାମ୍ବାଦିକ ସଂଘ ନ୍ୟାୟ ପ୍ରଦାନ ଦାବିରେ ଡିସିପିଙ୍କୁ ଭେଟି ଟୁଟୁ ନାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି । ସିସିଟିଭି ଫୁଟେଜ ଆଧାରରେ ନିରପେକ୍ଷ ତଦନ୍ତ କରିବା ସହ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଡିସିପି ।
ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ମଧ୍ୟ କଡା ପ୍ରତିକ୍ରିୟା ରଖିବା ସହ ପ୍ରଯୋଜକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା । ଏ ସବୁ ଚାପ ପରେ ଆଜି ଟୁଟୁ ନାୟକଙ୍କୁ ଗିରଫ କରିଛି ପାେଲିସ ।
Comments are closed.