Latest Odisha News

BREAKING NEWS

ଓଡ଼ିଶା ଷ୍ଟେଟ୍‌‌ ବାର୍‌‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ

ଭୁବନେଶ୍ୱର: ଓଡ଼ିଶା ଷ୍ଟେଟ୍‌ ବାର୍‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ କରାଯାଇଛି। ନିର୍ବାଚନକୁ ସ୍ଥଗିତ ରଖିଲା ବାର୍‌‌ କାଉନସିଲ୍‌‌ ଅଫ୍‌‌ ଇଣ୍ଡିଆ। ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୫ ତାରିଖରେ ହୋଇଥାନ୍ତା ବାର୍‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ଅନୁଷ୍ଠିତ ହେବାର ଥିଲା । ଆଜି ଏଥିପାଇଁ ନାମାଙ୍କନ ସ୍ଥିର କରାଯାଇଥିଲା।

ପୂର୍ବରୁ ବାର୍‌ ଆସୋସିଏସନ୍‌ ନିର୍ବାଚନ ନେଇ ତାରିଖ ଧାର୍ଯ୍ୟ କରାଯାଇଥିଲା। ବାର୍‌ ଆସୋସିଏସନ୍‌ ନିର୍ବାଚନ ପାଇଁ ରାଜ୍ୟ କାଉନସିଲ୍‌ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିଲା। ଏ ସମ୍ପର୍କରେ ବିସିସିଆଇ ଅଧ୍ୟକ୍ଷ ମନନ କୁମାର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଅନୈତିକ ଏବଂ ଅନ୍ୟାୟ ପ୍ରଥା ଅଭିଯୋଗ ପରେ ବିସିସିଆଇ ଏପରି ନିଷ୍ପତ୍ତି ନେଇଛି।

ଓଡ଼ିଶା ଷ୍ଟେଟ୍‌ ବାର୍‌ କାଉନସିଲ ନିର୍ବାଚନ ସମାପ୍ତ ହୋଇସାରିଛି ଏବଂ ଏହାକୁ ନେଇ କୌଣସି ବିବାଦ ନାହିଁ। ଫଳାଫଳ ଅନୁଯାୟୀ ଏଥିରେ ୨୫ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ଓଡ଼ିଶା ଷ୍ଟେଟ୍‌ ବାର୍‌ କାଉନସିଲ ୨୫ ଜଣ ସଦସ୍ୟଙ୍କ ମଧ୍ୟରୁ କେତେକ ପ୍ରତିନିଧି ବାରର ଆକାର ଉପରେ ନିର୍ଭର କରି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିସିଆଇ) ପାଇଁ ନିର୍ବାଚିତ ହେବେ।

ଅଭିଯୋଗ ଅନୁଯାୟୀ, ଯୋଗ୍ୟ ଭୋଟରଙ୍କ ଭୋଟ୍ ଆଚରଣକୁ ନିୟନ୍ତ୍ରଣ କରିବା ପାଇଁ ନଗଦ ଦେୟ, ହୋଟେଲ ବୁକିଂ, ମଦ ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ବ୍ୟବହାର କରାଯାଇଛି। ଏହି ଅଭିଯୋଗର ଗମ୍ଭୀରତା ଏବଂ ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତାକୁ ବଜାୟ ରଖିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ମନାନ କୁମାର ମିଶ୍ର ଏହି ମାମଲାର ପୁଙ୍ଖାନୁପୁଙ୍ଖ ଏବଂ ନିରପେକ୍ଷ ତଦନ୍ତ ପାଇଁ ବିସିସିଆଇରେ ଓଡ଼ିଶା ଷ୍ଟେଟ୍‌ ବାର୍‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ଏହି ଅଭିଯୋଗର ନିରପେକ୍ଷ ତଦନ୍ତ ବିସିଆଇର ଦୁଇଜଣ ସଦସ୍ୟ ଏବଂ ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ସମେତ ତିନିଜଣ ସଦସ୍ୟଙ୍କ କମିଟି ଦ୍ୱାରା କରାଯିବ। ଏକ ମାସ ମଧ୍ୟରେ ତଦନ୍ତ ଶେଷ ହେବ।

ଅନ୍ୟପଟେ ଓଡ଼ିଶା ଷ୍ଟେଟ୍‌ ବାର୍‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଷ୍ଟେଟ୍‌ ବାର୍‌ କାଉନସିଲ୍‌ ନିର୍ବାଚିତ ସଦସ୍ୟ। ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆର ନିଷ୍ପତ୍ତିକୁ ନିନ୍ଦା କରୁଛୁ। ଖୁବ ଶୀଘ୍ର ଏହା ବିରୋଧରେ ଆଇନର ଆଶ୍ରୟ ନେବୁ। ବିସିଆଇ ଚେୟାରମ୍ୟାନଙ୍କ ନାଁରେ ମାନହାନୀ ମାମଲା ପାଇଁ ବିଚାର କରୁଛୁ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ବିସିଆଇ ସଦସ୍ୟ ସୌରଚନ୍ଦ୍ର ମହାପାତ୍ର।

Leave A Reply

Your email address will not be published.