Latest Odisha News

ଚିନ୍ମୟାନନ୍ଦ ମାମଲା: ଗିରଫ ହେଲେ ଆଇନ୍ ଛାତ୍ରୀ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନଉତ୍ପୀଡନ ଅଭିଯୋଗ ଆଣିଥିବା ଆଇନ ଛାତ୍ରୀଙ୍କୁ ବୁଧବାର ଦିନ ଗିରଫ କରିଛି ଏସଆଇଟି ଟିମ୍ ।

ଏସମ୍ପର୍କରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମର ମୁଖ୍ୟ ନବୀନ ଅରୋରା ସୂଚନା ପ୍ରଦାନ କରିଛନ୍ତି ।

ଏସଆଇଟି ଟିମ୍ ଯୁବତୀଙ୍କୁ ଘରୁ ଗିରଫ କରିଥିବା ବେଳେ ଗିରଫଦାରୀରୁ ବର୍ତ୍ତିବା ପାଇଁ ଯୁବତୀ ଜଣକ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳିପାରିନାହିଁ । ଏହାବ୍ୟତିତ ସମ୍ପୃକ୍ତ ଛାତ୍ରୀଙ୍କୁ ଗିରଫ ପରେ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଯାଇଥିବା ନେଇ ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ଏହି ମାମଲାର ତଦନ୍ତ କରୁଥିବା ଏସଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍) ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ ସେଭଳି କିଛି ପ୍ରମାଣ ପାଇଛି । ଏପରିକି ଚିନ୍ମୟାନନ୍ଦଙ୍କ ଠାରୁ ଟଙ୍କା ଆଦାୟ କରିବା ଲାଗି ଯୁବତୀଙ୍କ ସାଙ୍ଗ ଓ କିଛି ସମ୍ପର୍କୀୟ ମାନେ ତାଙ୍କୁ ଧଉଳ ଚମକ ଦେଉଥିବା ନେଇ ଏସିଆଇଟିକୁ କିଛି ପ୍ରମାଣ ମିଳିଛି । ଏପରିକି ପିଡିତା ମଧ୍ୟ ଏଥିରେ ସାମିଲଥିବା ନେଇ ସୁତ୍ରରୁ ପ୍ରକାଶ । ପୂର୍ବରୁ ସମ୍ପୃକ୍ତ ଆଇନ ଛାତ୍ରୀଙ୍କ ଅଭିଯୋଗକ୍ରମେ ୭୩ ବର୍ଷ ବୟସ୍କ ରାଜନେତା ଚିନ୍ମୟାନନ୍ଦ ଗିରଫ ହୋଇଥିଲେ ।

Leave A Reply

Your email address will not be published.