ନୂଆଦିଲ୍ଲୀ:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭହାବହ ସ୍ଥିତିରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି, ଗାଜାକୁ ଏବେ ଦୁଇ ଭାଗ କରିଦିଆ ଯାଇଛି । ଇସ୍ରାଏଲି ସେନା ପକ୍ଷରୁ ଦାବି କରାଯାଇଛି, ଗାଜା ଉତ୍ତର ଏବଂ ଦକ୍ଷିଣ ଏହିପରି ୨ ଭାଗରେ ବିଭକ୍ତ ହୋଇଯାଇଛି । ଫଳରେ ହମାସକୁ ଶକ୍ତ ଧକ୍କା ହୋଇଛି । ସେତିକି ନୁହେଁ, ହମାସ ଉପରେ ଏବେ ଭୟଙ୍କର ଆକ୍ରମଣ ହେବ ବୋଲି କୁହାଯାଉଛି ।
ଇସ୍ରାଏଲ ପକ୍ଷରୁ କିଛିଦିନ ପୂର୍ବରୁ ଗାଜାର ସାଧାରଣ ଲୋକଙ୍କୁ ଉତ୍ତରରୁ ଦକ୍ଷିଣ ଗାଜାକୁ ଚାଲିଯିବା ପାଇଁ କହିଥିଲା । ଏଥିପାଇଁ ସମୟ ବି ଦେଇଥିଲା । ତେବେ ଗାଜା ୨ ଭାଗରେ ବିଭକ୍ତ ହୋଇଯିବା ପରେ ହମାସର ସମସ୍ୟା ଆହୁରି ବଢି ଯାଇଛି । ହମାସ ଆତଙ୍କୀଙ୍କୁ ଆତ୍ମଗୋପନ କରିବା ପାଇଁ ଆଉ କୌଣସି ଜାଗା ନାହିଁ।
ଏହା ପୂର୍ବରୁ ଇସ୍ରାଏଲ ପକ୍ଷରୁ ସ୍ପଷ୍ଟ କୁହାଯାଇଥିଲା, ହମାସ ଶେଷ ନ ହେବା ପର୍ଯ୍ୟନ୍ତ ଯୁ୍ଦ୍ଧ ବନ୍ଦ ହେବ ନାହିଁ । ଯୁଦ୍ଧ ବିରତିର ପ୍ରଶ୍ନ ଉଠୁନାହିଁ । ଇସ୍ରାଏଲ ଆର୍ମିର ମୁଖପାତ୍ର ଡେନିୟଲ ହେଗରୀ କହିଛନ୍ତି, ସେନା ଗାଜା ସିଟିକୁ ଚାରିପଟୁ ଘେରି ରଖିଛନ୍ତି । ଏବେ ଗାଜା ଉତ୍ତର ଏବଂ ଦକ୍ଷିଣ ଦୁଇଭାଗରେ ବିଭକ୍ତ ହୋଇଯାଇଛି । ଆମର ସେନା କୋଷ୍ଟଲାଇନ ଯାଏ ପହଞ୍ଚି ଗଲେଣି ଏବଂ ଗାଜାକୁ ନିଜ କବ୍ଜାକୁ ନେଇ ଗଲେଣି । ସ୍ଥଳଭାଗ ଏବଂ ଆକାଶ ମାର୍ଗ ଦୁଇପଟୁ ଆତଙ୍କୀ ଆଡ୍ଡାସ୍ଥଳ ଉପରକୁ ଆକ୍ରମଣ କରାଯାଉଛି ।
BREAKING NEWS
- ADGଙ୍କ ସସ୍ପେଣ୍ଡ୍ ନୁହେଁ ବହିଷ୍କାର ଦରକାର: ସୌମ୍ୟଙ୍କ ପରିବାର
- School Textbook Error Incident: ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ତଦନ୍ତ ଆରମ୍ଭ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ
- ମୋହନ ସରକାରଙ୍କୁ ଘେରିଲେ ନବୀନ: ଗରିବଙ୍କ ପେଟକୁ କାଟି କି ପ୍ରକାର ଶାସନ ଚାଲିଛି ବୋଲି ପ୍ରଶ୍ନ
- Swimming Training Program: ପାଣିରେ ବୁଡ଼ି ମୃତ୍ୟୁରେ ଲାଗିବ ରୋକ୍, ପହଁରା ଶିଖିବେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ
- Unique Marriage for Rain: ବର୍ଷା ପାଇଁ ‘ଅଣ୍ଡିରା ବିବାହ’, ପଡିଲା ଦୁଇ ପୁରୁଷଙ୍କ ହାତ ଗଣ୍ଠି
- ଚାମେଲି ରାଜନୀତି ପଛରେ ପୂର୍ବତନ ମନ୍ତ୍ରୀଙ୍କ ହାତ! ଅତନୁଙ୍କ ଉପରକୁ ଉଠିଲା ଅଙ୍ଗୁଳି
- LNG carrier Disha: ଆମେରିକା-ଇରାନ ଚୁକ୍ତି ପରେ ଭାରତ ପାଇଁ ଖୁସି ଖବର, ଗୁଜୁରାଟରେ ପହଞ୍ଚିଲା ପ୍ରଥମ ଏଲଏନଜି ଟ୍ୟାଙ୍କର୍
- ବାଘ ଚମଡ଼ା ଚୋରାଚାଲାଣ ପଛରେ ବଡ଼ ରାକେଟ୍ ! ତଦନ୍ତ କରିବ ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’
- Rajya Sabha Power Shift: ଆଉ ମାତ୍ର ୩ ଆସନ! ରାଜ୍ୟସଭାରେ ବିରୋଧୀଙ୍କ ନିଦ ଉଡେଇବ ଏନଡିଏର ନୂଆ ଅଙ୍କ…

Comments are closed.