ନୂଆଦିଲ୍ଲୀ:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭହାବହ ସ୍ଥିତିରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି, ଗାଜାକୁ ଏବେ ଦୁଇ ଭାଗ କରିଦିଆ ଯାଇଛି । ଇସ୍ରାଏଲି ସେନା ପକ୍ଷରୁ ଦାବି କରାଯାଇଛି, ଗାଜା ଉତ୍ତର ଏବଂ ଦକ୍ଷିଣ ଏହିପରି ୨ ଭାଗରେ ବିଭକ୍ତ ହୋଇଯାଇଛି । ଫଳରେ ହମାସକୁ ଶକ୍ତ ଧକ୍କା ହୋଇଛି । ସେତିକି ନୁହେଁ, ହମାସ ଉପରେ ଏବେ ଭୟଙ୍କର ଆକ୍ରମଣ ହେବ ବୋଲି କୁହାଯାଉଛି ।
ଇସ୍ରାଏଲ ପକ୍ଷରୁ କିଛିଦିନ ପୂର୍ବରୁ ଗାଜାର ସାଧାରଣ ଲୋକଙ୍କୁ ଉତ୍ତରରୁ ଦକ୍ଷିଣ ଗାଜାକୁ ଚାଲିଯିବା ପାଇଁ କହିଥିଲା । ଏଥିପାଇଁ ସମୟ ବି ଦେଇଥିଲା । ତେବେ ଗାଜା ୨ ଭାଗରେ ବିଭକ୍ତ ହୋଇଯିବା ପରେ ହମାସର ସମସ୍ୟା ଆହୁରି ବଢି ଯାଇଛି । ହମାସ ଆତଙ୍କୀଙ୍କୁ ଆତ୍ମଗୋପନ କରିବା ପାଇଁ ଆଉ କୌଣସି ଜାଗା ନାହିଁ।
ଏହା ପୂର୍ବରୁ ଇସ୍ରାଏଲ ପକ୍ଷରୁ ସ୍ପଷ୍ଟ କୁହାଯାଇଥିଲା, ହମାସ ଶେଷ ନ ହେବା ପର୍ଯ୍ୟନ୍ତ ଯୁ୍ଦ୍ଧ ବନ୍ଦ ହେବ ନାହିଁ । ଯୁଦ୍ଧ ବିରତିର ପ୍ରଶ୍ନ ଉଠୁନାହିଁ । ଇସ୍ରାଏଲ ଆର୍ମିର ମୁଖପାତ୍ର ଡେନିୟଲ ହେଗରୀ କହିଛନ୍ତି, ସେନା ଗାଜା ସିଟିକୁ ଚାରିପଟୁ ଘେରି ରଖିଛନ୍ତି । ଏବେ ଗାଜା ଉତ୍ତର ଏବଂ ଦକ୍ଷିଣ ଦୁଇଭାଗରେ ବିଭକ୍ତ ହୋଇଯାଇଛି । ଆମର ସେନା କୋଷ୍ଟଲାଇନ ଯାଏ ପହଞ୍ଚି ଗଲେଣି ଏବଂ ଗାଜାକୁ ନିଜ କବ୍ଜାକୁ ନେଇ ଗଲେଣି । ସ୍ଥଳଭାଗ ଏବଂ ଆକାଶ ମାର୍ଗ ଦୁଇପଟୁ ଆତଙ୍କୀ ଆଡ୍ଡାସ୍ଥଳ ଉପରକୁ ଆକ୍ରମଣ କରାଯାଉଛି ।
BREAKING NEWS
- Union Budget 2026: ବଜେଟ ପାଇଁ କାହିଁକି ଧସିଲା ସେୟାର ମାର୍କେଟ…
- Budget 2026: ‘ଖେଲୋ ଇଣ୍ଡିଆ ମିଶନ’ ଭାଗ୍ୟ ବଦଳାଇବ ଦେଶର, ଏବେ ପଦକ ସହ ମିଳିବ ନିଯୁକ୍ତି
- Union Budget 2026: She-Mart ଯୋଜନା କ’ଣ? ବଜେଟ୍ ୨୦୨୬ ରେ ମହିଳାମାନଙ୍କ ପାଇଁ ବଡ଼ ଘୋଷଣା…
- ଏହା ଏକ ଯୁବଶକ୍ତି ବଜେଟ୍, ବର୍ତ୍ତମାନର ସ୍ୱପ୍ନକୁ ସାକାର କରିବ: ମୋଦି
- ଟି୨୦ ବିଶ୍ୱକପ ପୂର୍ବରୁ ଏହି ସବୁ ପ୍ରଶ୍ନର ଉତର ଖୋଜୁଛି ଟିମ ଇଣ୍ଡିଆ
- Budget 2026: ୨୦୩୦ ସୁଦ୍ଧା ଭାରତୀୟ କାଜୁ ଓ କୋକୋଆକୁ ବିଶ୍ୱର ଏକ ପ୍ରିମିୟମ୍ ବ୍ରାଣ୍ଡ୍ ଭାବେ ଗଢ଼ି ତୋଳିବା ଲକ୍ଷ୍ୟ
- ବଜେଟରେ ନାଖୁସ ଶଶି ଥରୁର: କହିଲେ, ନିର୍ବାଚନ ରାଜ୍ୟ ହେବା ସତ୍ତ୍ୱେ କେରଳକୁ କରାଗଲା ଅଣଦେଖା
- ଭାରତ ଇରାନରୁ ନୁହେଁ, ଭେନେଜୁଏଲାରୁ ତେଲ କିଣିବ: ବଡ଼ ଘୋଷଣା କଲେ ଟ୍ରମ୍ପ
- Union Budget 2026: ଓଡିଶା ଉପରେ ବଜେଟ ବର୍ଷା, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ…
- Union Budget 2026: ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା…
Comments are closed.