Latest Odisha News

ଏବେ ବି ବଞ୍ଚିଛି ଅନ୍ଧବିଶ୍ବାସ : ସାପ ବିଷ କାଢିବାକୁ ଯାଇ ମହିଳା ଗୁଣିଆ ଗୁରୁତର

ଆନନ୍ଦପୁର : ଯୁଗ ବଦଳିଛି ସତ ହେଲେ ଏବେ ବି ବଞ୍ଚିରହିଛି ଅନ୍ଧବିଶ୍ୱାସ ।  ବିଜ୍ଞାନ ବହୁତ ଆଗକୁ ଯାଇଛି ହେଲେ ଏବେ ବି ଲୋକେ ଝଡାଫୁଙ୍କା ଉପରେ ଭରସା କରୁଛନ୍ତି । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ  । ଆନନ୍ଦପୁର ଉପଖଣ୍ଡ ଝଣଝଣା ଗାଁର ସୂର୍ଯ୍ୟମଣି ବେହେରାଙ୍କ ପତ୍ନୀ ଝୁନୁରାଣୀଙ୍କୁ ସାପ କାମୁଡି ଦେଇଥିଲା । ପରିବାର ଲୋକ ବିଭିନ୍ନ ଉପାୟରେ ବିଷ କାଢିବାକୁ ଚେଷ୍ଟା କରିଥିଲେ ମାତ୍ର ବିଫଳ ହୋଇଥିଲେ ।

ଶେଷରେ ବାଧ୍ୟ ହୋଇ ଗାଁ ଜଣେ ମହିଳା ଗୁଣିଆଙ୍କ ପାଖକୁ ଯାଇଥିଲେ  । ମହିଳା ଗୁଡିଆ ଜଣକ ସାପ ବିଷ କାଢିବାକୁ ଯାଇ ନିଜେ ଗୁରୁତର ହୋଇପଡିଛନ୍ତି । ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ମହିଳା ଗୁଣିଆଙ୍କ ଝଡାଫୁଙ୍କାରେ ଝୁନୁରାଣୀ ଭଲ ନହୋଇ ମୃତ୍ୟୁବରଣ କରିଛନ୍ତି  ।

 

Leave A Reply

Your email address will not be published.