Latest Odisha News

BREAKING NEWS

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : ମଦ ବ୍ୟବସାୟକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅନୁଗୁଳ: ମଦ ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ଅଭିଯୋଗ । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଏକଘରିଆ ଗାଁ ନିକଟରେ ଥିବା ଏକ ବିଲରୁ  ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ନତଡା ଗାଁର ରତନ ନାଏକ ବୋଲି ଜଣାପଡିଛି । ରତନ ଗତ ଶନିବାର ଦିନଠାରୁ ଘରୁ କେଉଁଆଡୁ ନିଖୋଜ ହୋଇଯାଇଥିଲେ ।  ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିରାଶ ହୋଇଥିଲେ  । ଆଜି ସକାଳେ ଗାଁ ନିକଟ ଏକ ବିଲ ମଧ୍ୟରୁ ରତନଙ୍କର ମୃତଦେହ ଉଦ୍ଧାର ହୋଇଛି ।

ଏ ନେଇ ପରିବାର ଲୋକ ଅନୁଗୁଳ ପୋଲିସକୁ ମଧ୍ୟ ଅବଗତ କରାଇଥିଲେ । ରତନଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ରତନ ଏକଘରିଆ ଗାଁରେ ରହି ଦେଶୀ ମଦ ବ୍ୟବସାୟ କରିଥାନ୍ତି । ଜଣେ ବ୍ୟକ୍ତି ରତନଙ୍କୁ ପାଉଚ ମଦ ବିକ୍ରି କରିବାକୁ କହିଥିଲେ  । ହେଲେ ସେ ରାଜି ହୋଇନଥିଲେ । ଫଳରେ ତାକୁ ନେଇ ରତନ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ରତନଙ୍କୁ ଧମକ ଦେଇଥିଲେ । ତେଣୁ ମଦ ଵ୍ୟଵସାୟକୁ ନେଇ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ମୃତକଙ୍କ ସ୍ତ୍ରୀ ସନ୍ଦେହ ପ୍ରକଟ କରିଛନ୍ତି । ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.