Latest Odisha News

BREAKING NEWS

‘ବିବାହ ପରେ ପୁରୁଷ ପ୍ରତି ରାତିରେ….’ ବିଧାନସଭାରେ ଏମିତି କ‘ଣ କହିଦେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ପାଟନା: ବିହାରରେ ଜାତି ଆଧାରିତ ସର୍ଭେ ନେଇ ବିଧାନସଭାରେ ଆଲୋଚନା ଚାଲିଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ବୟାନକୁ ନେଇ ହଙ୍ଗମା ସୃଷ୍ଟି ହୋଇଥିଲା । ଜନସଂଖ୍ୟା ନିୟନ୍ତ୍ରଣ ଏବଂ ମହିଳାଙ୍କ ଶିକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ଏପରି କିଛି ବୟାନ ଦେଇ ବୁଝାଇବାକୁ ଯାଉଥିଲେ ଯାହାକୁ ନେଇ ବିଧାନସଭାରେ ଏକ ଅପ୍ରସ୍ତୁତ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଜାତି ଆଧାରିତ ସର୍ଭେକୁ ନେଇ ବିଧାନସଭାରେ ଜୋରଦାର ଆଲୋଚନା ଚାଲିଥିଲା । ଏହି ସମୟରେ ନୀତିଶ କହିଥିଲେ, ବିହାରରେ ମହିଳାଙ୍କ ସାକ୍ଷରତା ହାର ବଢିଛି । ଯୁବତୀମାନେ ପାଠ ପଢି ଶିକ୍ଷିତ ହେଲେ ଜନସଂଖ୍ୟା ନିୟନ୍ତ୍ରଣରେ ରହିବ ।

ଏହାକୁ ବୁଝାଇବାକୁ ଯାଇ ନୀତିଶ କହିଥିଲେ, ଯୁବତୀମାନେ ଯଦି ପାଠ ପଢି ବିବାହ କରିବେ ତେବେ ପୁରୁଷମାନେ ପ୍ରତିଦିନ ରାତିରେ ଅଟକାଇ ପାରିବେ ଯଦ୍ୱାରା ସନ୍ତାନ ଜନ୍ମହାର କମି ପାରିବ । ହେଲେ ନୀତିଶ ଏହାକୁ ଏପରି ଢଙ୍ଗରେ ଏବଂ ଏପରି ଭାଷାରେ କହିଥିଲେ, ଯାହାକୁ ନେଇ ଗୃହରେ ଅପ୍ରସ୍ତୁତ ପରିସ୍ଥିତି ଦେଖିବାକୁ ମିଳିଥିଲା । ମହିଳା ବିଧାୟକ ଏହା ଉପରେ ବିରକ୍ତି ପ୍ରକାଶ କରିଥିଲେ । ଅନ୍ୟ ବିଧାୟକମାନେ ହସୁଥିବା ଦେଖିବାକୁ ମିଳିଥିଲା ।

ନିଜ ସମ୍ବୋଧନରେ ନୀତିଶ କହିଥିଲେ, ୨୦୧୧ ଜନଗଣନା ତୁଳନାରେ ସାକ୍ଷରତା ହାର ୬୧ ପ୍ରତିଶତରୁ ବୃଦ୍ଧି ପାଇ ୭୯ରେ ପହଞ୍ଚିଛି । ମହିଳା ସାକ୍ଷରତାରେ ମଧ୍ୟ ବହୁତ ପରିବର୍ତ୍ତନ ଆସିଛି । ଏହା ୫୧ ପ୍ରତିଶତରୁ ବୃଦ୍ଧି ପାଇ ୭୩ ପ୍ରତିଶତରେ ପହଞ୍ଚିଛି ।

Comments are closed.