Latest Odisha News

BREAKING NEWS

ଇବ୍ରାହିମଙ୍କ ସ୍ମରଣୀୟ ଶତକ, ଅଷ୍ଟ୍ରେଲିଆ ନିକଟରେ ୨୯୨ ରନର ଲକ୍ଷ୍ୟ

ୱାଙ୍ଖେଡ: ଚଳିତ ବିଶ୍ୱକପ କ୍ରିକେଟରେ ଆଫଗାନିସ୍ତାନ ଟିମର ପ୍ରଦର୍ଶନ ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି । ମଙ୍ଗଳବାର ଇବ୍ରାହିମ ଜାର୍ଡାନଙ୍କ ଐତିହାସିକ ଶତକ ବଲରେ ଆଫଗାନିସ୍ତାନ ୨୯୨ ରନର ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫ ୱିକେଟ ବିନିମୟରେ ୨୯୧ ରନ କରିଛି । ଇବ୍ରାହିମ ୧୨୯ ରନ କରି ଅପରାଜିତ ରହିଥିଲେ । ବିଶ୍ୱକପରେ ଏହା ତାଙ୍କର ପ୍ରଥମ ଏବଂ ଓଭରାଲ ୪ର୍ଥ ଶତକ । ସେ ପ୍ରଥମ ଆଫଗାନ ଖେଳାଳି ଭାବେ ବିଶ୍ୱକପରେ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରହମାନୁଲ୍ଲା ଗୁରବାଜ ୨୧, ରହମତ ଶାହ ୩୦, ହସମୁତାଲ୍ଲା ଶାହୀଦ ୨୬ ଓ ଶେଷ ଭାଗରେ ରଶିଦ ଖାଁ ଦ୍ରୁତ ୩୫ ରନ କରିଥିଲେ ।

BjdElectrycity

ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହାଜେଲଉଡ ୨ଟି ଏବଂ ମିଚେଲ ଷ୍ଟାର୍କ, ଗ୍ଲେନ ମ୍ୟାକ୍ସୱେଲ ଓ ଆଡାମ ଜାମ୍ପା ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଟସ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଆଫଗାନିସ୍ତାନ ୭ ମ୍ୟାଚରୁ ୮ ଓ ଅଷ୍ଟ୍ରେଲିଆ ୭ ମ୍ୟାଚରୁ ୧୦ ପଂଏଟ ହାସଲ କରିଛନ୍ତି । ସେମିଫାଇନାଲ ପ୍ରବେଶ ପାଇଁ ଉଭୟଙ୍କ ନିମନ୍ତେ ଏହି ମ୍ୟାଚରେ ବିଜୟ ଜରୁରୀ ହୋଇ ପଡିଛି ।

Leave A Reply

Your email address will not be published.