Latest Odisha News

BREAKING NEWS

ସେନା ଜ୍ୟାକେଟରେ ପ୍ରଧାନମନ୍ତ୍ରୀ: ହିମାଚଳ ପ୍ରଦେଶରେ ଯବାନଙ୍କ ସହ ପାଳିଲେ ଦୀପାବଳି

ଶିମଲା: ଆଜି ସାରା ଦେଶ ବର୍ଷ ପାଳୁଛି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହିମାଚଳ ପ୍ରଦେଶର ଲେପଚାରେ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏହି ସମୟରେ ସେ ଯବାନଙ୍କୁ ଉତ୍ସାହିତ ଏବଂ ପ୍ରେରଣା ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା ଏକ ଅଦ୍ଭୁତ ସାକ୍ଷାତ। ସଂଯୋଗ ଓ ଆନନ୍ଦରେ ପରିପୂର୍ଣ୍ଣ ଏହି ମୂହୁର୍ତ୍ତ ଆପଣଙ୍କ ଏବଂ ଦେଶବାସୀଙ୍କ ପାଇଁ ନୂଆ ଆଲୋକ ପହଞ୍ଚାଇବ। ଭାରତର ପ୍ରଥମ ଗାଁରୁ ଦୀପାବଳି ପାଳନ କରିବା ସମୟରେ ଦେଶବାସୀଙ୍କୁ ମୋର ଅଭିନନ୍ଦନ।

ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରଠାରୁ ପ୍ରତିବର୍ଷ ନରେନ୍ଦ୍ର ମୋଦି ଦୀପାବଳି ପାଳନ କରିବାକୁ ସୈନିକମାନଙ୍କ ମଧ୍ୟରେ ପହଞ୍ଚନ୍ତି। ୨୦୧୪ରେ ଦିବାବଳି ଅବସରରେ ନରେନ୍ଦ୍ର ମୋଦି ସିଆଚେନ୍ ଗ୍ଲାସିଅରରେ ସେନାଙ୍କ ସହ ଦିପାବଳି ପାଳନ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ରେ ପଞ୍ଜାବର ଅମୃତସରରେ ସେନାଙ୍କ ସହ ଦିପାବଳି ପାଳନ କରିଥିଲେ।

୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ହିମାଚଳର କିନ୍ନୌର ସୈନିକମାନଙ୍କ ମଧ୍ୟରେ ଦିପାବଳି ପାଳିଥିଲେ। ୨୦୧୭ରେ ଜାମ୍ମୁ କାଶ୍ମୀର, ୨୦୧୮ ମସିହାରେ ଉତ୍ତରାଖଣ୍ଡର କେଦାରନାଥରେ ପହଞ୍ଚିଥିଲେ। ଭାରତ-ଚୀନ୍ ସୀମା ନିକଟ ହାର୍ସିଲ ଗ୍ରାମରେ ସେନା ଏବଂ ଆଇଟିବିପି କର୍ମଚାରୀଙ୍କ ସହ ଦିପାବଳି ପାଳନ କରିଥିଲେ। ସେହିପରି ୨୦୧୯ ମସିହାରେ ଜମ୍ମୁ ଡିଭିଜନର ରାଜୌରୀଙ୍କ ସେନା କର୍ମଚାରୀଙ୍କ ସହ ଦିପାବଳି ପାଳନ କରାଯାଇଥିଲା। ୨୦୨୦ ମସିହାରେ ରାଜସ୍ଥାନର ଜୈସଲମେର, ୨୦୨୧ ମସିହାରେ ରାଜୌରୀ ଜିଲ୍ଲାର ନୋଶାହ୍ରା ସେକ୍ଟରରେ ଏବଂ ୨୦୨୨ ମସିହାରେ ପ୍ରଧାନମନ୍ତ୍ରୀ ମୋଦି କାର୍ଗିଲ ପାହାଡରେ ସୌନିକମାନଙ୍କ ସହ ଦିପାବଳି ପାଳନ କରିଥିଲେ।

Comments are closed.