ଚଣ୍ଡିଗଡ: ଚାରିଆଡେ ଦିନକୁ ଦିନ ବୁଲାକୁକୁର ଙ୍କ ଦୌରାତ୍ମ ବଢିବାରେ ଲାଗିଛି । ଅନେକ ସମୟରେ ଏହି ବୁଲାକୁକୁ ଙ୍କ ଆକ୍ରମଣର ଶିକାର ହେଉଛନ୍ତି ଛୋଟ ଠାରୁ ବଡ । ବିଶେଷ କରି କରି କୁନି କୁନି ପିଲା ମାନଙ୍କୁ ଝୁଣି ପକାଉଛନ୍ତି ବୁଲା କୁକୁର ମାନେ । ଅନେକ ସ୍ଥାନରେ ଘରୁ ବାହାରିବା କୁ ନେଇ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହେଉଛି । ଆଉ ଏହାକୁ ନଜରରେ ରଖି ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରାଜ୍ୟକୁ ମୁଖ୍ୟ ଦାୟୀ କରି ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି ।
ହଇକୋର୍ଟଙ୍କ ରାୟ ଅନୁସାରେ, ବୁଲା କୁକୁର କାମୁଡିବା ସହ ଦାନ୍ତର ଚିହ୍ନ ପାଇଁ ସର୍ବନିମ୍ନ ୧୦ ହଜାର ଟଙ୍କା ଆର୍ଥିକ କ୍ଷତିପୂରଣ ହେବ । ଚର୍ମରୁ ମାଂସ ଟାଣି ନେଇ ୦.୨ ସେମି କ୍ଷତ ପାଇଁ ସର୍ବନିମ୍ନ ୨୦ ଟଙ୍କା ରହିବ । ସୂଚନା ଅନୁଯାୟୀ, ୧୯୩ ଟି ଆବେଦନକୁ ସମାଧାନ କରିବାସମୟରେ ହାଇକୋର୍ଟ ପଞ୍ଜାବ ଏବଂ ହରିୟାଣା ଏବଂ କେନ୍ଦ୍ର ଶାସିତ ରାଜ୍ୟ ଚଣ୍ଡିଗଡ଼କୁ ମଧ୍ୟ ଏହି କ୍ଷତିପୂରଣ ସ୍ଥିର କରିବାକୁ ସମ୍ପୃକ୍ତ ଜିଲ୍ଲାର ଡେପୁଟି କମିଶନରଙ୍କ ନେତୃତ୍ୱରେ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଜଷ୍ଟିସ ବିନୋଦ ଏସ ଭରଦ୍ୱାଜଙ୍କ ଏକ ପୀଛ କହିଛନ୍ତି ଯେ, ଆବଶ୍ୟକୀୟ ଦସ୍ତାବିଜ ଦାଖଲ ତାରିଖ ଠାରୁ ଚାରି ମାସ ମଧ୍ୟରେ କମିଟି ଦ୍ୱାରା କ୍ଷତିପୂରଣ ଘୋଷଣା କରାଯିବ । କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ମୁଖ୍ୟତଃ ଦାୟୀ ରହିବ ଏବଂ ରାଜ୍ୟ କିମ୍ବା ବେସରକାରୀ ବ୍ୟକ୍ତିଙ୍କ ସହାୟକମାନଙ୍କ ଠାରୁ ସମାନ କ୍ଷତିପୂରଣ ଆଦାୟ କରିବାର ଅଧିକାର ରହିବ’।
ଆବଶ୍ୟକ ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ତଥା ପାଳନ ପାଇଁ ପଞ୍ଜାବ, ହରିୟାଣା ଏବଂ ଚଣ୍ଡିଗଡ଼ର ପୋଲିସ ମହାନିର୍ଦ୍ଦେଶକ ତଥା ମୁଖ୍ୟ ସଚିବ (ଗୃହ)ଙ୍କ କାର୍ଯ୍ୟାଳୟକୁ ପଠାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାଇକୋର୍ଟ ପୀଡିତ କିମ୍ବା ସେମାନଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ପ୍ରଦାନ ସହ ଜଡିତ ଆବେଦନ ଏବଂ ଶୁଣାଣି କରିଥିଲେ ଯାହା ଦ୍ବାରା ହଠାତ୍ ଗାଡି ସାମନାରେ ଆସୁଥିବା ଦଙ୍ଗଲୀ ଜନ୍ତୁ କାରଣରୁ ଆଘାତ କିମ୍ବା ମୃତ୍ୟୁ ଘଟିଥଲା ।
Comments are closed.