Latest Odisha News

ସାବଧାନ ! ଭୋଟ ଦେବା ପୂର୍ବରୁ ବୁଥ୍‌ରେ ହେବ ଆଲକହଲ ଟେଷ୍ଟ

ହାଇଦ୍ରାବାଦ: ୩୦ ନଭେମ୍ବରରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ସମଗ୍ର ରାଜ୍ୟରେ ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଜୋରଦାର ଚାଲିଛି। ଏହି ଅବଧି ମଧ୍ୟରେ, ସାଧାରଣତଃ ରାଜନୈତିକ ଦଳ ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଅନେକ ପ୍ରକାରର ପ୍ରତିଶୃତି ଦିଅନ୍ତି ଏବଂ ଅନେକ ପ୍ରଲୋଭନ ମଧ୍ୟ ଦେଖାନ୍ତି। ସାଧାରଣ ଜନତାଙ୍କୁ ଟଙ୍କା, ମଦ ବୋତଲ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଉପହାର ଦିଅନ୍ତି। କିନ୍ତୁ ଏଥର ତେଲେଙ୍ଗାନାରେ ଏଭଳି କାର୍ଯ୍ୟକୁ ବିରୋଧ କରାଯାଇଛି।

ତେଲେଙ୍ଗାନାରେ ନିର୍ବାଚନ ଆୟୋଗ ଅନେକ ସଂଗଠନର ଅଭିଯୋଗ ଗ୍ରହଣ କରିଛନ୍ତି। ସଂଗଠନର ଅଭିଯୋଗ ଯେ ଅନେକ ରାଜନୈତିକ ଦଳ ନିର୍ବାଚନ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି। ରାଜନୈତିକ ଦଳ ଦ୍ୱାରା ସେମାନଙ୍କୁ ଚାପ ଦିଆଯାଉଛି ବୋଲି ଲୋକମାନେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ତେଲେଙ୍ଗାନାର ମଦ୍ୟପ କଲ୍ୟାଣ ସଂଘର ରେଭିନ୍ୟୁ କିଙ୍ଗ୍ସ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଛି। ଭୋଟ ଦେବା ପୂର୍ବରୁ ମତଦାନ କେନ୍ଦ୍ରରେ ଆଲକହଲ ଟେଷ୍ଟ କରିବାକୁ ଅନୁରୋଧ କରାଯାଇଛି।

ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରରେ ଭୋଟରମାନେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର ମଦ୍ୟପାନ ପରୀକ୍ଷା ପାଇଁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରାଯାଇଛି। ତେଣୁ ଭୋଟ୍ ଦେବା ପୂର୍ବରୁ କୌଣସି ଭୋଟର ମଦ୍ୟପାନ କରିଛନ୍ତି କି ନାହିଁ ତାହା ଯାଞ୍ଚ କରାଯିବ। ନିର୍ବାଚନ ସମୟରେ ରାଜନୈତିକ ଦଳଙ୍କ ଦ୍ୱାରା ମଦ ବଣ୍ଟନ କରିବାର ଅଭ୍ୟାସ ପୁରୁଣା ହୋଇଥିବାରୁ ଏହାକୁ ବନ୍ଦ କରିବାକୁ ଅନୁରୋଧ କରାଯାଇଛି।

ସାଧାରଣ ଜନତାଙ୍କ ଅଭିଯୋଗ ଆଧାରରେ ମଦ୍ୟପ କଲ୍ୟାଣ ସଂଘ ଏହି ଆବେଦନକୁ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଛି। ରେଭନ୍ୟୁ କିଙ୍ଗ୍ସ ପକ୍ଷରୁ ଏକ ଆନୁଷ୍ଠାନିକ ଚିଠି ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ଭୋଟରମାନେ ବିୟର ଏବଂ ବିରୟାନିର ପ୍ରଲୋଭନରେ ଶିକାର ନହୁଅନ୍ତୁ। କୌଣସି ରାଜନୈତିକ ଦଳ ଦ୍ୱାରା ପ୍ରଭାବିତ ନ ହୋଇ ଭୋଟ୍ ଦିଅନ୍ତୁ। ନଚେତ ବିଭ୍ରାନ୍ତ ହୋଇ ଆଗାମୀ ପାଞ୍ଚ ବର୍ଷ ଶାସନକାଳ ନଷ୍ଟ ହୋଇଯିବ। ସାଧାରଣ ଭୋଟରଙ୍କ ପାଇଁ ଡ୍ରଙ୍କର୍ସ ୱେଲଫେୟାର ଆସୋସିଏସନର ଏହି ଆବେଦନ ଏବଂ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ଏହି ଆବେଦନକୁ ନେଇ ତେଲେଙ୍ଗାନାରେ ଜୋରସୋର ଆଲୋଚନା ହେଉଛି।

Comments are closed.