Latest Odisha News

BREAKING NEWS

ଏପଟେ ଗର୍ଜୁଥିଲେ ସଂକୀର୍ତ୍ତନ କଳାକାର ସେପଟେ ଶ୍ରମିକ ସଂଗଠନ : କମ୍ପିଲା ରାଜଧାନୀ ରାସ୍ତା

ପୁରୀ: ଏପଟେ ସଂକୀର୍ତ୍ତନ କଳାକାର ସେପଟେ ଶ୍ରମିକ ସଂଗଠନ । ଏକାଠି ହୋଇଥିଲେ ଲୋୟର ପିଏମଜିରେ । ଉଭୟଙ୍କ ଗର୍ଜନରେ ଯେମିତି ଆଜି କମ୍ପୁଥିଲା ରାଜଧାନୀ ରାସ୍ତା । ଦାବି ପୂରଣ ପାଇଁ ଉଭୟ ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି ।

ଲୋୟର ପିଏମଜିରେ ୫ ଦଫା ଦାବି ନେଇ ହଜାର ହଜାର ସଂକୀର୍ତ୍ତନ କଳାକାର ରାସ୍ତାକୁ ଓହ୍ଲାଇଲେ । ହଜାର ହଜାର କଳାକାର ଘଣ୍ଟ ଘଣ୍ଟା, ମୃଦଙ୍ଗ, ଝୁମୁକା, ଝାଞ୍ଜ ଶବ୍ଦରେ କମ୍ପି ଉଠୁଥିଲା ରାଜରାସ୍ତା । ଲୋୟର ପିଏମଜିରେ ୫ ଦଫା ଦାବି ନେଇ ଆମରଣ ଅନଶନ ଆରମ୍ଭ କରିଛନ୍ତି ସଂକୀର୍ତ୍ତନ କଳାକାର । ଶ୍ରୀ ଶ୍ରୀ ଜଗନ୍ନାଥ ଲୋକକଳା ପରିଷଦ ପକ୍ଷରୁ ପ୍ରାୟ ୧୫ ହଜାର ସଂକୀର୍ତ୍ତନ କଳାକାର ଆମରଣ ଅନଶନ ସହ ଏହି ସମାବେଶରେ ସାମିଲ ହୋଇଥିଲେ ।

କଳାକାରଙ୍କ ପକ୍ଷରୁ ଦାବି କରାଯାଇଛି, ସଂକୀର୍ତ୍ତନ କଳାକାରଙ୍କୁ କଳାକାର ମାନ୍ୟତା ପ୍ରଦାନ କରାଯିବା ସହ ସେମାନଙ୍କୁ ତାଲିକାଭୁକ୍ତ କରି ପରିଚୟ ପତ୍ର ପ୍ରଦାନ କରାଯାଉ ।  କଳାକାରମାନଙ୍କୁ ଭତ୍ତା ପ୍ରଦାନ କରାଯିବା ସହ ପରିବାରର ସବୁ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ବ୍ୟବସ୍ଥା ବି କରାଯାଉ । ଏଥିସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରି ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉ ।

ସେପଟେ ଅଙ୍ଗନବାଡି କର୍ମୀଙ୍କୁ ପ୍ରତିଶ୍ରୁତି ପରେ ବି ସମାଧାନ ନ ହେବାରୁ  ରାଜଧାନୀରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିଶାଳ ସମାବେଶ ହୋଇଛି । ଏହି ସମାବେଶରେ ସାମିଲ ହୋଇଛନ୍ତି ପାଚିକା, ଅଙ୍ଗନବାଡି ଓ ଆଶାକର୍ମୀଙ୍କ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତା ।  ୧୦ ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘ ପକ୍ଷରୁ ଏହି ବିଶାଳ ଆନ୍ଦୋଳନ କରାଯାଇଛି ।

Comments are closed.