ଭୁବନେଶ୍ୱର: ମହିଳାଙ୍କ ଉପରେ ଘଟୁଥିବା ନିର୍ଯ୍ୟାତନାକୁ ରୋକିବା ଏବଂ ସୁସ୍ଥ ଜୀବନଯାପନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ସାଇନ୍ସେସ, ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍, ସୋଆ ନ୍ୟାସ୍ନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଲ ଏବଂ ସମ୍ ନର୍ସିଂ କଲେଜର ଏନ୍ଏସ୍ଏସ୍ ୟୁନିଟ୍ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ସହଭାଗିତାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ନିଶ୍ୱାସ, ୱିମେନ୍ ଷ୍ଟଡିଜ୍ ସେଂଟରର ନିର୍ଦ୍ଦେଶିକା ପି. ଜଶୋଧାରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କିଭଳି ଭାବରେ ମହିଳା ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନାକୁ ରୋକାଯାଇପାରିବ ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ ।
ସେହିପରି ସମ୍ ଅଲ୍ଟିମେଟ୍ ମେଡିକେୟାର ସୁପର ସ୍ପେଶିଆଲିଟି ହସ୍ପିଟାଲ୍ର ସିନିୟର୍ କ୍ଲିନିକାଲ୍ ନ୍ୟୁଟ୍ରିସନିଷ୍ଟ ସୁଶ୍ରୀ ସଂଗୀତା ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୁବାବସ୍ଥାରେ ସୁସ୍ଥ ଜୀବନଯାପନ ଏବଂ ଖାଦ୍ୟ ପ୍ରଣାଳୀ ଉପେର ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ଏସ୍ପିଏସ୍ ଡିନ୍ ପ୍ରଫେସର ଏସ୍. ସି. ସି ଏବଂ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।
ସୋଆ ଏନ୍ଏସ୍ଏସ୍ର ଅତିରିକ୍ତ ସଂଯୋଜକ ଡଃ ଶୋଭନ୍ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ନିଲ୍ର ଏନ୍ଏସ୍ଏସ୍ ଶାଖାର ପ୍ରୋଗ୍ରାମ ଅଫିସର ଡଃ ଇତିଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୋଆ ଏନ୍ଏସ୍ଏସ୍ର ପ୍ରୋଗ୍ରାମ ଅଫିସର ଡଃ ରାଜାରାମ ମହାପାତ୍ର, ଶାଶ୍ୱତି ଜେନା, ଅଳକା ସାମନ୍ତରାୟ, କସ୍ତୁରୀ ମହାନ୍ତି ଏବଂ ମଧୁସ୍ମିତା ନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ପ୍ରାୟ ୨୦୦ ସଂଖ୍ୟକ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
Comments are closed.