Latest Odisha News

BREAKING NEWS

ବିମାନରେ କ୍ରୁ ସଦସ୍ୟଙ୍କୁ ମଦ୍ୟପ ଯାତ୍ରୀଙ୍କ ଅସଦାଚରଣ, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଗତ କିଛିଦିନ ହେବ ବିମାନରେ ଉଡ଼ାଣ ସମୟରେ ଏପରି ଅନେକ ଘଟଣା ସାମ୍ନାକୁ ​​ଆସୁଛି ଯେଉଁଥିରେ ଯାତ୍ରୀମାନେ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରୁଛନ୍ତି । ତେବେ ପୁଣି ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁର ରୁ ଦିଲ୍ଲୀ ଯାଉଥିବା ଏକ ବିମାନରେ । ଇଣ୍ଡିଗୋ ଫ୍ଲାଇଟ୍ ନମ୍ବର 6E 556 ରେ ଜଣେ ଏୟାର ହୋଷ୍ଟେସ୍ ଙ୍କୁ ଅସଦାଚରଣ କରିଛନ୍ତି ଯାତ୍ରୀ । ଯାତ୍ରୀ ଜଣଙ୍କ ରାଜସ୍ଥାନ ସିକର ଜିଲ୍ଲାର ୩୩ ବର୍ଷିୟ ରଣଧୀର ସିଂ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ଯାତ୍ରା ସମୟରେ ଅଭିଯୁକ୍ତ ନିଷାଶକ୍ତ ହୋଇ ବିମାନରେ ଚଢିଥିଲେ । ଏହି ସମୟ ମଧ୍ୟରେ, ବାରମ୍ବାର ବିରୋଧ ସତ୍ତ୍ବେ ସେ ଏୟାର ହୋଷ୍ଟେସ୍ ସହିତ ଅସଦାଚରଣ କରିଥିଲେ । ମଦ୍ୟପ ଅଭିଯୁକ୍ତ ଜଣକ ଏୟାର ହୋଷ୍ଟେସ ଙ୍କ ର ହାତ ଧରିଥିବା ଅଭିଯୋଗ ହୋଇଛି । ଏହାପରେ ତୁରନ୍ତ ଏହି ଘଟଣା ବିଷୟରେ କ୍ରୁ ସଦସ୍ୟଙ୍କୁ ସୂଚନା ଦିଆଯାଇଥିଲା ।

ଘଟଣାକୁ ଗମ୍ଭୀରତାର ସହ ନେଇ କ୍ୟାପ୍ଟେନ ଅଭିଯୁକ୍ତ ଯାତ୍ରୀଙ୍କୁ ଜଣେ ଅନଭିଜ୍ଞ ଯାତ୍ରୀ ଘୋଷଣା କରିଥିଲେ । ଏଥିସହ ବେଙ୍ଗାଲୁରୁ ବିମାନବନ୍ଦରରେ କ୍ୟାବିନ କ୍ରୁ ସଦସ୍ୟମାନେ ରଣଧୀର ସିଂଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଇଣ୍ଡିଗୋ ଅଧିକାରୀ ବରୁଣ କୁମାର ଶନିବାର ବିମାନବନ୍ଦର ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଘଟଣାରେ ରବିବାର ଦିନ ଅଭିଯୁକ୍ତ ରଣଧୀର ସିଂଙ୍କୁ ପୋଲିସ ଗିରଫ କରିଛି ।

Comments are closed.