Latest Odisha News

BREAKING NEWS

ଅଜବ ବିମାନ: ଯେଉଁଥିରେ ରହିଛି ୯ ପଙ୍ଖା, ୮ ଇଞ୍ଜିନ

ଦୁନିଆର ସବୁଠାରୁ ଅଜବ ବିମାନ । ଏହାକୁ ଏପରି ଭାବରେ ନିର୍ମାଣ କରାଯାଇଥିଲା ଯେ, ଏହା ଆଟ୍‌ଲାଣ୍ଟିକ ଦେଇ ୧୦୦ ଲୋକଙ୍କୁ ନେଇପାରିବ । ଏମିତି କି ଆବଶ୍ୟକ ସ୍ଥଳେ ପାଣି ଉପରେ ମଧ୍ୟ ଚାଲି଼ିପାରିବ । ଏହି ବିମାନଟିର ନାମ ଥିଲା କ୍ୟାପ୍ରୋନି ସିଏ-୬୦ ଟ୍ରାନ୍ସଏରିୟୋ । ଏହାର ଉଚ୍ଚତା ୩୦ ଫୁଟ ଥିଲା । ଯେତେବେଳେ ଏହି ବିମାନ ଦ୍ୱିତୀୟ ଥର ଉଡ଼ିଲା, ସେତେବେଳେ ଏହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଏକ ପ୍ରକାରର ଡିଜାଇନ ହୋଇଥିବା କ୍ୟାପ୍ରୋନି ସିଏ-୬୦ ଟ୍ରାନ୍ସଏରିୟୋ ବିମାନ ଉତ୍ପାଦନକାରୀ କମ୍ପାନୀ ସୋସାଇଟି ଇଟାଲୀନା କ୍ୟାପ୍ରୋନି ଦ୍ୱାରା ନିର୍ମିତ ହୋଇଥିଲା । ବାସ୍ତବରେ କମ୍ପାନୀ ଏକ ‘ଫ୍ଲାଇଙ୍ଗ ବୋଟ୍‌’ ତିଆରି କରିବାକୁ ଚାହୁଁଥିଲା, ଯାହା ଏକ ସରଳ, କ୍ଷୁଦ୍ର ଏବଂ ନିରାପଦ ଯାତ୍ରାରେ ଭୂମଧ୍ୟସାଗର ଏବଂ ଆଟଲାଣ୍ଟିକ ଦେଇ ୧୦୦ ଯାତ୍ରୀଙ୍କୁ ନେଇପାରିବ । ଯେତେବେଳେ ଏହି ପ୍ରକଳ୍ପର କାର୍ଯ୍ୟ ସମାପ୍ତ ହେଲା, ଏହି ବିମାନଟି ପ୍ରସ୍ତୁତ ହୋଇଗଲା । ତାହା ଏକ ପ୍ରକୃତ ସ୍ୱତନ୍ତ୍ର ବିମାନ ଥିଲା ।

ଦୁର୍ଘଟଣା ଅବତରଣ କିମ୍ବା ଆକାଶରେ କୌଣସି ବୈଷୟିକ ତ୍ରୁଟି ହେଲେ ବିମାନଟି ସହଜରେ ପାଣି ଉପରେ ଚଢ଼ି ଯାତ୍ରା କରିପାରିବ । ଏହି ବିମାନରେ ୪୦୦ ହର୍ସ ଆୱାରର ୮ ଇଞ୍ଜିନ ଏବଂ ୩୦ ମିଟର ଲମ୍ବର ୯ଟି ପଙ୍ଖା ବା ଡେଣା ଥିଲା । ଏହି ବିମାନରେ ତିନୋଟି ଟ୍ରିପ୍ଲେନ ଏବଂ ଦୁଇଟି ପଣ୍ଟୁନ ପରସ୍ପର ସହିତ ଲାଗିଥିଲା, ଯାହା ସ୍ଥିରତା ପ୍ରଦାନ କରିଥିଲା । କ୍ୟାପ୍ରୋନି ଏହାର ଦ୍ୱିତୀୟ ବିମାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏହା ମ୍ୟାଗିଗୋର ହ୍ରଦରେ ପଡ଼ିଯିବା ପରେ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

Comments are closed.