Latest Odisha News

ଡ଼ିପ୍‌ଫେକ୍‌ର ଶୀକାର ହେଲେ ଆଲିଆ , ଅଶ୍ଲୀଳ ଫେକ୍ ଭିଡିଓ ଭାଇରାଲ

ମୁମ୍ବାଇ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଡିପ୍‌ଫେକ୍ ଫିଚର ଜରିଆରେ ପ୍ରସ୍ତୁତ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚିନ୍ତା ବଢ଼ିଛି । ଏବେ ଡିପ୍‌ଫେକ୍ ର ଶୀକାର ହୋଇଛନ୍ତି ବଲିଉଡ଼ର ଆଗଧାଡ଼ିର ଅଭିନେତ୍ରୀ ଆଲିଆ ଭଟ୍ଟ । ପୂର୍ବରୁ ଏହାର ଶିକାର ଅଭିନେତ୍ରୀ ରଶ୍ମିକା ମନ୍ଦନା, କ୍ୟାଟ୍ରିନା କୈଫ୍ ଓ କାଜୋଲ ହୋଇସାରିଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ଆଲିଆ । ଆଲିଆଙ୍କ ଡିପ୍‌ଫେକ୍ ଭିଡିଓ ଭାଇରାଲ ହେଉଥିବା ବେଳେ ଭିଡିଓରେ ସେ ଅଶ୍ଲୀଳ ଈଶାରା କରୁଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଏକ ଛିଟ ସ୍ଲିଭଲେସ୍ ଫ୍ରକ୍ ପିନ୍ଧି ଅଶ୍ଳୀଳ ଅଙ୍ଗଭଙ୍ଗୀ କରୁଥିବା ଅବସ୍ଥାରେ ଦେଖିବାକୁ ମିଳିଛନ୍ତି ଆଲିଆ । ଏହା ପୂର୍ବରୁ ରଶ୍ମିକାଙ୍କର ଲିପ୍ଟ ଭିତରକୁ ପଶୁଥିବାର, କାଟ୍ରିନାଙ୍କର ଟାଇଗର-୩ରେ ଥିବା ଦୃଶ୍ୟର ଓ କାଜୋଲଙ୍କର ପୋଷାକ କାଢ଼ୁଥିବାର ଫେକ୍ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଆଲିଆ ଏହାର ଶିକାର ହୋଇଛନ୍ତି ।

ତେବେ ଏଭଳି ଡିପଫେକ୍ ଭିଡିଓ ସମ୍ପର୍କରେ କେନ୍ଦ୍ର ସରକାର କହିଥିଲେ ଯେ, ଫେକ୍ ଭିଡିଓ କରି ଏହାକୁ ପୋଷ୍ଟ କଲେ ଦୋଷୀକୁ ୧ଲକ୍ଷ ଟଙ୍କା ଜରିମାନା ଏବଂ ତିନି ବର୍ଷ ଜେଲ ଦଣ୍ଡ ଦିଆଯିବ । କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଥିଲେ ଯେ ଏହି ଡିପଫେକ୍ ଭିଡିଓ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଖୁବ ଶୀଘ୍ର ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିବ ।

ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଡିପ୍‌ଫେକ୍ ଫିଚର ଜରିଆରେ ପ୍ରସ୍ତୁତ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ସେ ନିଜେ ମଧ୍ୟ ଏହାର ଶିକାର ହୋଇଛନ୍ତି ବୋଲି କହିଥିଲେ । ସେ ଗରବା କରୁଥିବାର ଫେକ୍ ଭିଡିଓ ଭାଇରାଲ ହୋଇଥିବା ପ୍ରଧାନମନ୍ତ୍ରୀ ଜଣାଇଥିଲେ ।

Comments are closed.