Latest Odisha News

ସୁପ୍ରିମକୋର୍ଟଙ୍କ ଶୁଣାଣୀ ପରେ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ରାସ୍ତା ସଫା ହେଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଶୁଣାଣୀ ପରେ ଏବେ ଭାରତୀୟ କୁସ୍ତି ସଂଘର ନିର୍ବାଚନ ରାସ୍ତା ସଫା ହୋଇଛି । ମଙ୍ଗଳବାର ଏହି ନିର୍ବାଚନ ଉପରେ ହରିୟାଣା ଓ ପଞ୍ଜାବ ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିଷ୍ପତିକୁ ସୁପ୍ରିମକୋର୍ଟ ବଦଳାଇ ଦେଇଛନ୍ତି । ଏହି ଦୁଇ ହାଇକୋର୍ଟଙ୍କ ସ୍ଥିତାବସ୍ଥା ଯୋଗୁ ନିର୍ଦ୍ଧାରିତ ସମୟରେ କୁସ୍ତି ସଂଘ ନିର୍ବାଚନ ହୋଇପାରି ନ ଥିଲା । ଫଳସ୍ୱରୂପ ୟୁନାଇଟେଡ ୱାର୍ଲ୍ଡ ରେସଲିଂ ଡବ୍ଲ୍ୟୁଏଫଆଇକୁ ସସପେଣ୍ଡ କରି ଦେଇଥିଲେ । ୧୨ ଅଗଷ୍ଟରେ ଭାରତୀୟ ଅଲିମ୍ପିକ ଆସୋସିଏଶନର ପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ବାଚନ ହେବାକୁ ଥିଲା । ଏହାର ଠିକ ପୂର୍ବରୁ ହରିୟାଣା ରେସଲିଂ ଆସୋସିଏଶନର ଆବେଦନ ଯୋଗୁ ହରିୟାଣା ଓ ପଞ୍ଜାବ ହାଇକୋର୍ଟ ଏହା ଉପରେ ଷ୍ଟେ ଲଗାଇ ଦେଇଥିଲେ ।

ଆସୋସିଏଶନ ସେମାନଙ୍କ ଆବେଦନରେ ଏଚଡବ୍ଲ୍ୟୁଏ ବ୍ୟତୀତ ଅନ୍ୟ ଆସୋସିଏଶନକୁ ନିର୍ବାଚନ ଲଢ଼ିବା ପାଇଁ କାହିଁକି ଅନୁମତି ପ୍ରଦାନ କରାଯାଇଥିଲା ତାହା ପ୍ରଶ୍ନ କରିଥିଲେ । କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଡ୍ଡା ଏଚଡବ୍ଲ୍ୟୁଏର ଅଧ୍ୟକ୍ଷ । ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣଙ୍କ ବିରୋଧରେ ଧାରଣ ଦେବା ପାଇଁ ମହିଳା ପହିିଲିୱାନଙ୍କୁ ଉସୁକାଇଥିବା ଅଭିଯୋଗ ଆସିଥିଲା ।

Comments are closed.